jsm

ଗୋପାଳପୁର ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ଆପ୍‌ର ଶକ୍ତି ପ୍ରଦର୍ଶନ ଖୁବ୍ ନିଆରା

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏହି କ୍ଷେତ୍ର ପରିସରରେ ଘରକୁ ଘର ବୁଲି ନିଜର ପଦ ମର୍ଯ୍ୟଦା ବଜାୟ ରଖି ଜନସମ୍ପର୍କ ରକ୍ଷା କରି ଆସିବା ପୂର୍ବକ ବିପୁଳ ଭୋଟରେ ବିଜୟ ଲାଭର ଆଶା ରଖିଛନ୍ତି, ଆମ୍ ଆଦ୍‌ମୀ ପାର୍ଟିର ନେତା ପି. ନୀଳକଣ୍ଠ ରେଡ୍ଡୀ ନିଜର ଦବ୍‌ଦବା ଦେଖାଇଛନ୍ତି । ଲୋକଙ୍କ ଠାରେ ବିଶ୍ୱାସ ଜନ୍ମାଇ ଭୋଟର୍‌ଙ୍କୁ କିଛି ଆଶା ଓ ପ୍ରତିଶ୍ରୁତି ଦେଇ ଆସି ମତଦାନରେ ଭଲ ମର୍ଜିନ୍ ଆଣିବାର ନୀଳକଣ୍ଠ ସଫଳ ପ୍ରୟାସ ଜାରୀ ରଖି ଆସିଛନ୍ତି । ନିର୍ବାଚନୀର ହାୱା ମାଧ୍ୟମରେ ସୀମିତ କର୍ମୀ ଓ ଆପ୍‌ର ନେତ୍ତୃବର୍ଗଙ୍କ ଗହଣରେ ଶୋଭାଯାତ୍ରା କରି ଘରକୁ ଘର ବୁଲୁଛନ୍ତି । ଏଠାରେ ଆମ୍ ଆଦ୍‌ମୀ ଶକ୍ତି ପ୍ରଦର୍ଶନ କରି ଆସିଛି । ଆପ୍ ପକ୍ଷରୁ ବାଣ ଫୁଟାଇ ବାଦ୍ୟ ପରିବେଷଣ କରାଇ ନୀଳକଣ୍ଠ ରେଡ୍ଡୀ ସମସ୍ତ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରୁ ବିଧାୟକ ପ୍ରାର୍ଥୀ ଶ୍ରୀ ରେଡ୍ଡୀ ଆପ୍‌ର ଶକ୍ତି ପ୍ରଦର୍ଶନ କରିବା ଖୁବ୍ ନିଆରା ହୋଇଥିବା ଦେଖାଦେଇଛି ।

yuvodaya
Leave A Reply

Your email address will not be published.