csstore

ବିଜେପିରେ ଯୋଗ ଦେବାପରେ ଯଜ୍ଞେଶ୍ୱର୍ ବାବୁଙ୍କୁ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କଂଗ୍ରେସ ଦଳ ଛାଡି ଥିବା ଯଜ୍ଞେଶ୍ୱର ବାବୁ ବିଜେପିରେ ଯୋଗ ଦେବାପରେ ରବିବାର ସଂଧ୍ୟାରେ ସ୍ଥାନୀୟ ଭାରତୀୟ ଜନତା ପାର୍ଟି ଟିଟିଲାଗଡ଼ କାର୍ଯ୍ୟାଳୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଟିଟିଲାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ, ଟିଟିଲାଗଡ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ବିଜେପି ନେତା ତଥା ପୂର୍ବତନ ନଗରରପାଳ ଶୁଭ୍ରାଂଶୁ ଦାସ, ନାରୀ ନେତ୍ରୀ ଶ୍ରୀମତୀ ରଞ୍ଜୁ ରାଇମନ୍, ବିଜୟ ମେହେର ପ୍ରମୁଖ ତାଙ୍କୁ ସ୍ୱାଗତ କରିବା ସହ ଯଜ୍ଞ ବାବୁ ଦଳରେ ମିଶିବା ପରେ ଦଳ ଆହୁରି ମଜବୁତ ହୋଇଗଲା ବୋଲି ନବିନ ଜୈନ୍ କହିଥିଲେ । ଟିଟିଲାଗଡରେ ଏଥର ପରିବର୍ତ୍ତନ ସୁନିଶ୍ଚିତ ବୋଲି ଶୁଭ୍ରାଂଶୁ ଦାସ କହିବା ସହ ସ୍ୱାଭିମାନ ବ୍ୟକ୍ତି ବିଶେଷ ଏବେ ବିଜେପି ଦଳରେ ସାମିଲ ହୋଇଛନ୍ତି ଯାହାକି ଶୁଭ ସଙ୍କେତ ବୋଲି କହିଥିଲେ । ସେହିପରି ବିଜେପି ଦଳ ଏକ ଶୃଙ୍ଖଳିତ ଦଳ, ଯେଉଁଠି ସ୍ୱାଭିମାନର ସହ ଲୋକଙ୍କ ସେବା କରିହେବ ବୋଲି ଯଜ୍ଞ ବାବୁ କହିଥିଲେ । ଏହି ଅବସରରେ ବିଜେପିର ବହୁ କର୍ମୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.