oom

ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟର ଅଧିକ୍ଷଣଯନ୍ତ୍ରୀ ପ୍ରମୋଦ କୁମାର ପଲାଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉପବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସହକାରୀ ନିର୍ବାହୀଯନ୍ତ୍ରୀ ମାନଭଞ୍ଜନ ଶତପଥି, ସୁବ୍ରତ ପ୍ରଧାନ, ମୁରଲିଧର ମହାଲିଙ୍ଗ, ଲଳିନ୍ଦ୍ର ବେହେରା, କିରଣବାଳା ଭୋଇ, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ମେହେର, ସଙ୍ଗିତା ମିଞ୍ଜ, ସନ୍ଧ୍ୟାରାଣୀ ଭୋଇ, ଅଜିତ ନାୟକ, ଅନୁ ନାୟକ, ଜାହିଦା ନିଶା ବେଗମ, ନବୀନ ପଧାନୀ, ଦୟାନିଧି ପୁରୋହିତ, ଜି.ଭି. ରମଣମୁର୍ତ୍ତି, ଏକାଉଣ୍ଟ ଅଫିସର ବଚନଲାଲ ସାହୁ ପ୍ରମୁଖ ବିଦାୟ ସମ୍ବର୍ଦ୍ଧନାରେ ଅଂଶଗ୍ରହଣ ଶ୍ରୀ ପଲାଇଙ୍କ ସମୟରେ ହୋଇଥିବା କାର୍ଯ୍ୟାବଳି ଗନ୍ଧରେଲ ଡ୍ୟାମ୍‌, କୃପାସାଗର, ଓସ୍ତାଲି ପ୍ରକଳ୍ପ, ଗଡିଆଯୋର, ବାଗଝରଣ, ଗଞ୍ଜାଧରଜୋର, ମାଖନପଲା, ଖଲିଆପାଲି ପ୍ରମୁଖ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରଭୃତି ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇ ବଲାଙ୍ଗିର ଜିଲ୍ଲାର କୃଷି କ୍ଷେତ୍ରରେ ଏକ ଅର୍ଥନୈତିକ ଅଭିବୃଦ୍ଧି ଘଟାଇଥିବାରୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଉପଲକ୍ଷେ ଅଫିସ ପରିସରରେ ଏକ ବନ୍ଧୁମିଳନର ଆୟୋଜନ ହୋଇଥିଲା ।

jittmm
Leave A Reply

Your email address will not be published.