ଛତ୍ରପୁରରେ ଛାତ୍ର ବିଜେଡ଼ିର ବିଶାଳ ପ୍ରଚାର ସମାବେଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଦବ୍‌ଦବାର ସହ ରବିବାର ସନ୍ଧ୍ୟାରେ ଏକ ବିଶାଳ ପ୍ରଚାର ସମାବେଶର ଆୟୋଜନ ହେଇଥିବା ଦେଖିବାକୁ ମିଳିଛି । ଯୁବ ଛାତ୍ର ସମାବେଶ ନାମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଆୟୋଜିତ ଛତ୍ରପୁର ସ୍ଥିତ ପୁତିଗୋପାଳପୁର ଅଞ୍ଚଳର କୃଷକ ବଜାର ନିକଟରେ ଥିବା ଏକ ଅସ୍ଥାୟୀ ଖୋଲାପଡ଼ିଆରେ ଏହି ସଭା ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜନ ହୋଇଥିଲା । ଛାତ୍ର ବିଜେଡ଼ି ଆନୁକୂଲ୍ୟରେ ଆୟୋଜିତ ଏହି ନିର୍ବାଚନୀ ସଭାରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ବିଧାୟକ ସୁବାଷ ଚନ୍ଦ୍ର ବେହେରା ନିର୍ବାଚନୀ ପ୍ରସଙ୍ଗ ଭିତ୍ତିକ ସଂପର୍କରେ ତତ୍ତ୍ୱିକ ଆଲୋଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପରତା ଓ ବିକାଶର ଧାରା ବର୍ଣ୍ଣନା କରି ପୁନଃ-ବାର ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ କରିବାକୁ ସମସ୍ତଙ୍କର ମୂଲ୍ୟବାନ ଭୋଟ୍‌ଟିଏ ପାଇଁ ସଭା ମଞ୍ଚରେ ଆହ୍ୱାନ ହୋଇଥିଲା । ଭୃଗୁ ବକ୍ସିପାତ୍ର ସାଂସଦ ହୋଇ ବିଜୟୀ ହେଲେ ଗୋପାଳପୁର ବନ୍ଦରକୁ ସବୁଦିନିଆ ବନ୍ଦର ଭାବେ ପ୍ରତିଷ୍ଠିତ କରାଇବା ନିମନ୍ତେ ମନ୍ତବ୍ୟ ଦେଇଥିଲେ । ଗୋପାଳପୁର ବନ୍ଦର ଏକ ବିକାଶ ଶୀଳ ମାନ୍ୟତା ଦିଗରେ ଆମ୍ଭେ ପଦକ୍ଷେପ ଗ୍ରହଣ କରିବୁ । ଗୋପାଳପୁର ବନ୍ଦର ସହ ଦେଶ, ବିଦେଶ ସହିତ ଜଳ ପଥରେ ବାଣିଜ୍ୟ କାରବାର ପଥରେ ଏକ ସମୃଦ୍ଧଶାଳୀ କରାଯାଇ ଗଞ୍ଜାମ ଜିଲ୍ଲାର ଗ୍ରାମ ଓ ସହରର ଯୁବଗୋଷ୍ଠୀଙ୍କୁ ଜୀବିକା ମିଶନରେ ସ୍ଥାନ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ । ସଭା ମଞ୍ଚରେ ଆଞ୍ଚଳିକ ନେତ୍ତୃବର୍ଗ ନେତା, କର୍ମି, ମଞ୍ଚାସୀନ ହୋଇଥିଲେ । ଗଞ୍ଜାମ ଜିଲ୍ଲା ବିଜେଡ଼ି ଛାତ୍ର, ସଭାପତି ପ୍ରଶାନ୍ତ ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ଏହି ବିଶାଳ ସମାବେଶରେ ଛତ୍ରପୁର ପୌର ଉପାଧ୍ୟକ୍ଷା ଜି. ପାପା ରାଓ, ରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ଜିଲ୍ଲାପରିଷଦ ସଦସ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ, ଶଙ୍କର ଦାଶ, ପୂର୍ବତନ କାଉନ୍‌ସିଲର୍‌ ଟି. ଚନ୍ଦ୍ର ଶେଖର ରାଓ, ନଗର ବିଜେଡ଼ି ସଭାପତି ବି. ରାଜିବାବୁ, ସମାଜସେବୀ ବିମଲ୍ ପଣ୍ଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ନିର୍ବାଚନୀ ଇସ୍ତାହାର ମୂଳକ ସମାବେଶକୁ ସାଫଲ୍ୟ କରିଥିଲେ । ସମାବେଶରେ ପଞ୍ଚାୟତରାଜ୍ ସଦସ୍ୟ, ଏନ୍. ଏ. ସି. କାଉନ୍‌ସିଲର୍‌ ବହୁ ଗ୍ରାମପଞ୍ଚାୟତରୁ ଏବଂ ସହରାଞ୍ଚଳରୁ ବହୁ ନେତା, କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.