oom

ଘେଁସ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦେବରାଜ ସାହୁଙ୍କ ସଭାପତିତ୍ୱରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ମୀନକେତନ ସାହୁ, ସମ୍ପାଦକ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ବିଶ୍ୱ ଉତ୍ତାପନ, ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜନସାଧାରଣ ସମସ୍ତେ ହାତକୁ ହାତ ମିଳାଇ ବିଶ୍ୱ ଉତ୍ତାପନ ନିରାକରଣ ନିମନ୍ତେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ସେନା ଅଧିକାରୀ ପ୍ରକୃତିବନ୍ଧୁ ପ୍ରଦୀପ କୁମାର ବେହେରା ଅଂଶଗ୍ରହଣ କରି ରାଷ୍ଟ୍ରର ସୁରକ୍ଷା ପାଇଁ ସେନା ବାହିନୀ ସହିତ ବୃକ୍ଷର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରକୃତିବନ୍ଧୁ ମୀନକେତନ ସାହୁ ଘେଁସ ହାଇସ୍କୁଲ ଶିକ୍ଷକତା ସମୟରେ ଦେହତ୍ୟାଗ କରିଥିବା ସ୍ଵର୍ଗତଃ ଦୁଃଶାସନ ସେନାପତି ଓ ସ୍ଵର୍ଗତଃ କେଶବଲାଲ ସାହୁ ସ୍ମୃତି ଉଦ୍ଦେଶ୍ୟରେ ରୋପଣ ପାଇଁ ଦୁଇଟି ଅଶୋକ ଚାରା ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିଲେ ଏବଂ ଏହା ସହିତ ଶିକ୍ଷକ ତେଜରାଜ ପାଣ୍ଡେଙ୍କୁ ତାଙ୍କର ଜନ୍ମ ଦିନ ଉପଲକ୍ଷେ ଏକ ଅଶୋକ ଚାରା ପ୍ରଦାନ କରିଥିଲେ । ଶିକ୍ଷକଶିକ୍ଷୟିତ୍ରୀ ଅମିତ ପଧାନ, ପ୍ରଶାନ୍ତ ପଧାନ, ଗୀତାଞ୍ଜଳି ଗଡତିଆ, କାମିନି ରାଉତ, ଦୀପାଳୀ ଲୁହା, ସୁକେଶୀ ସାହୁ, ସ୍ନିଗ୍ଧା ବେହେରା, ନିରୂପମା ଭୋଇ, ସୁଜାତା ସାହୁ, ମାଣିକ ସାହୁ, ଉମାକାନ୍ତି ମେହେର ସହ ବିଦ୍ୟାଳୟର ସମସ୍ତ କର୍ମଚାରୀ ସକ୍ରୀୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ବିଜ୍ଞାନ ଶିକ୍ଷକ ପ୍ରକୃତିବନ୍ଧୁ ଲକ୍ଷ୍ମୀନାରାୟଣ ସାହୁ ସଭା ପରିଚାଳନା କରି ଥିବା ବେଳେ ସହକାରୀ ଶିକ୍ଷକ ତେଜରାଜ ପାଣ୍ଡେ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.