pakka

କଂଗ୍ରେସର ମିଶ୍ରଣ ପର୍ବ

bbehera
  • ସମରେନ୍ଦ୍ରଙ୍କ ଡାକରାରେ କଂଗ୍ରେସରେ ଯୋଗଦେଲେ ବଘଲାର ଅନେକ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳର ନୀତି ଆଦର୍ଶ ଓ ଯୁବନେତା ତଥା ବଲାଙ୍ଗିର ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା ଦୂରଦୃଷ୍ଟି ଆତ୍ମୀୟ ଓ ଦୃଢ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ଚନ୍ଦନଭାଟି ପଂଚାୟତ ଅନ୍ତର୍ଗତ ବଘଲା ଗ୍ରାମର ଅନେକ ଯୁବକ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ବଲାଙ୍ଗିର ବିଧାୟକଙ୍କ ବିକାଶମୂଳକ କାର୍ଯ୍ୟକଳାପ, ଅଂଚଳର ଛାତ୍ର ଯୁବକଙ୍କ ହକ୍‌ ପାଇଁ ବିଧାନସଭାରେ ଲଢେଇ, ଅଂଚଳର ସ୍ୱାସ୍ଥ୍ୟ ଓ କ୍ରିଡାଭିତ୍ତିଭୂମିରେ କରିଥିବା ବିକାଶଧାରାରେ ଆକୃଷ୍ଟ ହୋଇ ଏହି ଯୁବକମାନେ କଂଗ୍ରେସ ଦଳ ପ୍ରତି ଆକର୍ଷିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି । ଆଗାମୀ ଦିନରେ କଂଗ୍ରେସ ଛାତ୍ର ଓ ଯୁବକମାନଙ୍କ ମଧ୍ୟରେ ଆହୁରି ଆଦୃତ ହେବ ଏବଂ ୨୦୨୪ ପରବର୍ତ୍ତି ସମୟ ଶିକ୍ଷା ଓ ରୋଜଗାର ପାଇଁ ଲଢେର ବାଟ ଦେଖାଇବ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଯୁବକମାନଙ୍କୁ ଦଳରେ ସାମିଲ କରିବା ଅବସରରେ କହିଛନ୍ତି । ବଘଲାର ଏହି ଯୁବକମାନେ ହେଲେ ସୁନ୍ଦରଲାଲ ସାହୁ, ବାପୁନ ପ୍ରଧାନ, ପରମେଶ୍ୱର ପ୍ରଧାନ, ମନୋଜ ସେଠ, ରାଜାରାମ ପ୍ରଧାନ, ରଂଜନ ଦିକ୍ଷିତ, ମୁକେଶ କର୍ମୀ, ଭଗବାନ କମ୍ପ, ଅମିତ ସୁନା, ପ୍ରକାଶ କୁମ୍ଭାର, ଆଶିଷ ଦିକ୍ଷିତ, ଶିତୁ ବଗର୍ତି, ଆନନ୍ଦ ବାଗ, ସିଧାନ୍ତ ବାଗ, ପ୍ରକାଶ ବାଗ, କମ୍ବୁ କରନ, କିରଟ ବୁଡେକ ପ୍ରମୁଖ ।

Leave A Reply

Your email address will not be published.

15 + six =