ୟୁପିରେ କୁହୁଡ଼ି : ଏକ୍ସପ୍ରେସ ୱେରେ ବଡ ଦୁର୍ଘଟଣା

ବାଗପତ : ଆଜି ସକାଳେ ଦିଲ୍ଲୀ ଏନ୍‌ସିଆର ଏବଂ ପଶ୍ଚିମ ୟୁପିରେ ଘନ କୁହୁଡି ଦେଖାଦେଇଛି । ପଶ୍ଚିମ ୟୁପିର ବାଗପତରେ ଘନ କୁହୁଡ଼ିର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇଛି । କୁହୁଡି ଯୋଗୁଁ ଆଜି ସକାଳେ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । କୁହୁଡି ଯୋଗୁଁ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ ୱେରେ ୨୦ ରୁ ଅଧିକ ଗାଡି ଧକ୍କା ହୋଇଥିଲା । ନିଜ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଗାଡି ମଧ୍ୟରେ ପୋଲିସ୍ କାର୍ ଅନ୍ତର୍ଭୁକ୍ତ । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି, ଯେଉଁମାନେ ବାଗପତର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ପରେ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉ‌ଦ୍ଧାର କାର୍ୟ୍ୟ କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.