ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେଲା କୋର୍ଟ

ଭୁବନେଶ୍ଵର : ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର । ଯାହାକୁ ନଜରରେ ରଖି ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହାରି ମଧ୍ୟରେ ରାଜ୍ୟର ସବୁ ଜିଲ୍ଲା ଏବଂ ନିମ୍ନ କୋର୍ଟ ସକାଳୁଆ ଚାଲିବାକୁ ନିଷ୍ପରି ହୋଇଛି । ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୮ ତାରିଖ ଅର୍ଥାତ୍ ସୋମବାରଠାରୁ ସକାଳୁଆ କୋର୍ଟ କାମ ହେବ । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଜାରି ରହିବ । ତେବେ ବ୍ରହ୍ମପୁର, ଛତ୍ରପୁର, କୋରାପୁଟ ସଦର ଏବଂ ପୁରୀ ସଦରରେ ଏହି ନିଷ୍ପତ୍ତିରୁ ବାଦ୍ ଦିଆଯାଇଛି ।

Leave A Reply

Your email address will not be published.