ପୁଇଁନ୍ତଲା ବ୍ଲକ୍‌ ଯାଦବ ମହାସଭା ପକ୍ଷରୁ ଦୋଳ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମଣ୍ଡା ଗ୍ରାମ ପଞ୍ଚାୟତର କୁର୍ଲ୍ଲୁପାଲି ସ୍ଥିତ ମା ସମଲେଶ୍ଵରୀ ପୀଠଠାରେ ପୁଇଁନ୍ତଲା ବ୍ଲକ୍‌ ଯାଦବ ମହାସଭା ପକ୍ଷରୁ ତୃତୀୟ ତମ ବ୍ଲକ୍‌ ସ୍ତରୀୟ ଦୋଳ ମହୋତ୍ସବ ପାଳିତ ହୋଇଯାଇଛି । ଯୁବ ଯାଦବ ସଭାପତି ଦେବେନ୍ଦ୍ର ହାତୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବେ ବ୍ଲକ୍‌ ସଭାପତି ଅନିରୁଦ୍ଧ ବଗର୍ତ୍ତୀ, ଜିଲ୍ଲା ଯାଦବ ମହାସଭା ପୂର୍ବତନ ସଂପାଦକ ଡମନ ବଗର୍ତ୍ତୀ, ବ୍ଲକ୍‌ ସଂପାଦକ ପ୍ରଦୀପ କୁମାର ସେଲମା, କୋଷାଧ୍ୟକ୍ଷ ମହାଦେବ ବାଙ୍କ, ମଲମଣ୍ଡା ଗ୍ରା.ପ. ସଭାପତି ପିତାମ୍ବର ବାଙ୍କ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକ୍‌ ଯାଦବ ମହାସଭା ପକ୍ଷରୁ କୋଶଳ ପ୍ରବାହର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, ବଲାଙ୍ଗିର ଜିଲ୍ଲା ସକାଳ ପ୍ରତିନିଧି ଶିଶିରକାନ୍ତ ଶତପଥି , ସମାଜ ସହ ସଂପାଦକ ବଳରାମ ମିଶ୍ର, ବଲାଙ୍ଗିର ଜିଲ୍ଲା ପ୍ରମେୟ ପ୍ରତିନିଧି ମୁକେଶ ବହିଦାର, ବଲାଙ୍ଗିର ଜିଲ୍ଲା ସମ୍ବାଦ ପ୍ରତିନିଧି ଅଞ୍ଜନ କୁମାର ପ୍ରଧାନ, ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂ, ପୁଇଁନ୍ତଲା ବ୍ଲକ୍‌ ସମ୍ବାଦ ପ୍ରତିନିଧି ବାରଣ ଭୂୟାଁ, ବରିଷ୍ଠ ସାମ୍ବାଦିକ ନବୀନ କୁମାର ପଶାୟତ, ଜନ ସମ୍ବାଦ ସଂପାଦକ ସଚିତା ନନ୍ଦ ବଗର୍ତ୍ତୀ , ରାଧେଶ୍ୟାମ ହାତୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ଠେଟୁଆଲ ପରିଚାଳନା କରିଥିବା ବେଳେ ଶେଷରେ ଯୁବ ଯାଦବ ସଂପାଦକ ସଚିତା ନନ୍ଦ ବଗର୍ତ୍ତୀ, ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁଦାମ ସେଲମା, ସମ୍ପତ୍ତି ବାଗ, ବଳରାମ ଚନ୍ଦନ, ଶଙ୍କର ବାଗ, ଶିବ ଚିରର୍ଗୁନ, ଲକ୍ଷ୍ମଣ ବାଗ, ସୁଶାନ୍ତ ସେଲମା, ଜଗନ୍ନାଥ ଚନ୍ଦନଙ୍କ ସମେତ ଗ୍ରାମ ପଞ୍ଚାୟତ ସ୍ତରୀୟ ସଭାପତି ଓ ସଂପାଦକମାନେ ସହ ଯୋଗ କରିଥିଲେ ।

Leave A Reply

Your email address will not be published.

19 + five =