pakka

କୁଶମେଲ ଆର୍‌ ଆର୍‌ କଲୋନୀ ନିକଟରେ ବାଇକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶମେଲ ସ୍ଥିତ ଆର୍‌ ଆର୍‌ କଲୋନୀ ନିକଟରେ ବାଇକ୍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ସେହି କଲୋନୀର ବାସିନ୍ଦା ତଥା ଲୋୟର୍ ସୁକ୍‌ତେଲ୍‌ ବିସ୍ଥାପିତ ବନଛୋରପାଲି ଗ୍ରାମର ଖୁଣ୍ଟିଆ ବାଗ । ଖୁଣ୍ଟିଆ ନିକଟସ୍ଥ ଏକ ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କାରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ନିକଟସ୍ଥ ବୁରୋମୁଣ୍ଡା ଗ୍ରାମର ବିକାଶ ନାଗ ବଲାଙ୍ଗିରରୁ ନିଜ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବିକାଶଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି

jay balangir
Leave A Reply

Your email address will not be published.

sixteen − 1 =