pakka

ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ପରୀକ୍ଷାରେ ବିଭୁଦତ୍ତଙ୍କ ସଫଳତା

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ଲୋକସେବା ଆୟୋଗ, କଟକଙ୍କ ଦ୍ଵାରା ଆୟୋଜିତ ମ୍ୟୁନିସିପାଲ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଭର୍‌ସୁଜା ଗ୍ରାମର ବିଜ୍ଞ ବିଭୁଦତ୍ତ ସାହୁ । ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୭ଜଣ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ୟରେ ବିଭୁଦତ୍ତ ୧୫ ନମ୍ବର ସ୍ଥାନ ଅଧିକାର କରିଥିବା ଜଣାଯାଇଛି । ସଂପ୍ରତି ସେ ଓଡ଼ିଶା ସଚିବାଳୟ ସେବାରେ ଉପ ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ମଧ୍ୟ ନିଜର ଅଧ୍ୟବସାୟ ବଳରେ ଏଭଳି ବିରଳ ସଫଳତା ହାସଲ କରିଛନ୍ତି । ପିଲାଦିନରୁ ସେ ଜଣେ ମେଧାବୀ ଛାତ୍ର ଥିବା ବେଳେ ରାଉରକେଲା ସ୍ଥିତ ଜାତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଏନ୍‌ଆଇଟି)ରୁ ବିଟେକ୍‌ ହାସଲ କରିଥିବା ଜଣାଯାଇଛି । ଭର୍‌ସୁଜା ନିବାସୀ ଶିକ୍ଷକ ଆନନ୍ଦ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଭୁଦତ୍ତ ଭବିଷ୍ୟତରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ସଫଳତା ପାଇବା ନେଇ ଆଶାବାଦୀ ଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

ten − 2 =