ନ୍ୟାସ୍‌ନାଲ୍‌ ଫୁଲ୍‌ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ୍‌ ଆସନ୍ତା ମାର୍ଚ୍ଚ ୨୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ନ୍ୟାସ୍‌ନାଲ୍‌ ଫୁଲ୍‌ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ୍‌ ୨୦୨୪ ଆସନ୍ତା ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଆଜି ପୂର୍ବାହ୍ନରେ ଆଦର୍ଶ ସାହିତ୍ୟ ଘରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରାଟେ ଆସୋସିଏସନ୍‌ର ଜାତୀୟ ସାଧାରଣ ସମ୍ପାଦକ ସେନସାଇ ସନ୍ତୋଷ ତନ୍ତୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ ଚଳିତ ମାସ ୨୯ ତାରିଖରୁ ଏହି ଚମ୍ପିୟାନସିପ୍‌ ଭଞ୍ଜଭଵନ ପ୍ରେକ୍ଷାଳୟଠାରେ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଚମ୍ପିୟାନସିପ୍‌ରେ ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ ନେପାଳରୁ ପ୍ରାୟ ୨୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ସ୍କୁଲ ଅଫ୍ ମାର୍ଶାଲ ଆର୍ଟ, ରାଉରକେଲା ଦ୍ଵାରା ପରିଚାଳିତ ହେବ । କରାଟେ ଏକ ଖେଳ ନୁହେଁ ବରଂ ଆତ୍ମବିଶ୍ୱାସ ବୃଦ୍ଧି, ଶାରିରୀକ ସୁସ୍ଥତା, ମାନସିକ ଦୃଢ଼ତା ବୃଦ୍ଧି ହେବାରେ ସହାୟକ ହୋଇଥାଏ । ଶାରୀରିକ ଓ ମାନସିକ ସୁସ୍ଥତା, ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ସେଠୀ କହିଥିଲେ । ଏହି ଚମ୍ପିୟାନସିପ୍‌ ବୟସ ଓ ଓଜନ ପରିମାପରେ ଅନୁଷ୍ଠିତ କରାଯାଇ ଶେଷରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଲଲାଟେନ୍ଦୁ ଲୋହାର, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ, ତାପସ ଚୌଧୁରୀ ପ୍ରମୁଖ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ଉପଦେଷ୍ଟା ଲୁଲୁ ସାହୁ ସ୍ୱାଗତ ଭାଷଣ ସହ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିକୁଞ୍ଜ ବିହାରୀ ନାୟକ, ବିଧାନ ଚନ୍ଦ୍ର କୁମ୍ଭାର, ଅରବିନ୍ଦ ସିଂ, ବଳରାମ ତନ୍ତୀ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରୂପା ଭଟ୍ଟ, ରଶ୍ମିତା କିଷାନ, ସଂଗ୍ରାମ ପଟ୍ଟନାୟକ, ଯଶୋଦା ମୁଣ୍ଡା, ହାପି ତନ୍ତୀ, ଦେବିକା ଭୁମିଜ, ନିରଞ୍ଜନୀ ମଣ୍ଡଳ, ରଞ୍ଜିତା ଗୁଡିଆ, ଆକାଶ ମୁଣ୍ଡାରୀ, ନୁଆସ ଲୁଗୁନ, ଥୋମାସ ଲୁଗୁନ, ସାଇନ୍ ଲୁଗୁନ, ସୌରଭ ମିଶ୍ର, ଅଶୋକ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଗ୍ରାମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven + fifteen =