oom

ଗଙ୍ଗାଧର ସାରସ୍ୱତ ସମିତିର ଦିବସ ପାଳିତ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ପଖାଳ ଦିବସ ସ୍ଥାନୀୟ ହାଇସ୍କୁଲ ପରିସରସ୍ଥ ଏନ୍‌ସିସି ଭବନରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରେଶନାଥ ପାଣିଗ୍ରାହୀ, ଲଳିତ କୁମାର ସୁନାରୀ, ଗୌତମ ମେହେର, ଶିବ ପ୍ରସାଦ ମେହେର, ଚୂଡ଼ାମଣି ମେହେର, ହରେକୄଷ୍ଣ ମେହେର, ସୁବାସ ସାହୁ, ପ୍ରେମାନନ୍ଦ ମେହେର, ରଶ୍ମିରଞ୍ଜନ ସା, ପରମେଶ୍ୱର ମେହେର, ବଂଶୀଧର ଜଗତ ପ୍ରମୁଖ ଯୋଗଦେଇ ପଖାଳ ଦିବସ ମହତ୍ୱ ବିଷୟରେ ନିଜସ୍ୱ ମତ ରଖିଥିଲେ । ସ୍ୱାସ୍ଥ୍ୟ ଓ ସ୍ୱାଦ ପାଇଁ ପଖାଳର ଗୁରୁତ୍ୱ ଯେତିକି ରହିଛି ପାରିବାରିକ ସଂର୍ପକକୁ ସୁଦୄଢ଼ କରିବାରେ ମଧ୍ୟ ଏହାର ମହତ୍ୱପୂର୍ଣ୍ଣ ଭୂମୀକା ରହୁଥିବା ଅଲୋଚକମାନେ ଏ ଅବସରରେ ମତ ପ୍ରକାଶ କରିଥିଲେ । ଏଥିସହ ଘରଚଟିଆ ଦିବସ ଉପଲକ୍ଷେ ଏହି ଟିକି ପକ୍ଷୀର ସୁରକ୍ଷା ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ରଶ୍ମୀରଞ୍ଜନ ସା ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.