pakka

ପୋଷ୍ଟାଲ ବାଲାଟ୍‌ରେ ଭୋଟ୍‌ ଦେବେ କାର୍ଯ୍ୟରତ ସାମ୍ବାଦିକ

bbehera

ନୂଆଦିଲ୍ଲୀ : ଭାରତ ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି ଆଧାରରେ କାର୍ଯ୍ୟରତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଭୋଟ୍‌ ଦେବେ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ ବ୍ୟବସ୍ଥା କରିଛନ୍ତି ଇସିଆଇ । ପ୍ରଥମଥର ପାଇଁ ଏପରି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ଦୂରରେ ରହି କର୍ତ୍ତବ୍ୟ ସଂପାଦନ କରିବା ସହିତ ମତଦାନ ମଧ୍ୟ କରିପାରିବେ । ନିର୍ବାଚନ ବେଳେ ଅନେକ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ୁଥିବା ବେଳେ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ସାଧାରଣ ନିର୍ବାଚନ ୨୦୨୪ରେ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟ୍‌ର ତାଲିକାରେ ସାମିଲ କରିଛନ୍ତି ନିର୍ବାଚନ କମିଶନ ।

Leave A Reply

Your email address will not be published.

17 − ten =