ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫୋର୍ ସି ସମ୍ବଲପୁର ଚାମ୍ପିଅନ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ନୂଆଗଡଠାରେ ଆୟୋଜିତ ହୋଇଥିବା ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁରର ଫୋର୍ ସି ଦଳ ୨୨ ରନ୍‌ରେ ବିଜୟୀ ହୋଇଥିଲେ । ଫାଇନାଲ ଖେଳ ଫୋର୍ ସି ଏବଂ ଜେସିସି ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଫୋରସି ଦଳ ୧୯୧ ରନ କରି ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ । ଜବାବରେ ଜେସିସି ସମ୍ବଲପୁର ଦଳ ସମସ୍ତ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲେ । ଦେବବ୍ରତ ପ୍ରଧାନଙ୍କୁ ମ୍ୟାନ ଅଫ ଦି ସିରିଜ୍ ଏବଂ ଫାଇନାଲ ଖେଳରେ ୮୦ ରନ କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୁଶଲ ପଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଭିଷେକ ପଣ୍ଡାଙ୍କୁ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇଥିଲେ । ମ୍ୟାଚ ପରିଚାଳନା କରିଥିଲେ ଓସିଏ ଆମ୍ପିୟାର ମହମ୍ମଦ ଇସାକ ଓ ପ୍ରଭଞ୍ଜନ ବଳ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଏବଂ ଯୁବ ନେତା ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ ।

Leave A Reply

Your email address will not be published.