csstore

ରମ୍ଭାଠାରେ ଭାଗୀରଥି ବେହେରାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା ଗୁପ୍ତେଶ୍ୱର ମନ୍ଦିର ନିକଟରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ଭାଗିରଥି ବେହେରାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ କମିଟି ସଭାପତି ଦୀପକ ପଟ୍ଟନାୟକ ମହୋଦୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ସହ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ସଭାପତି ଏନ୍. ଗଣେଶ ରେଡ୍ଡୀ, ଛତ୍ରପୁର ବ୍ଲକ ସଭାପତି ଗଣପତି ବାରିକ, ରମ୍ଭା ଏନ୍ଏସି ସଭାପତି ଅମିୟ କାନ୍ତ ପାତ୍ର, ଗଞ୍ଜାମ ଏନ୍ଏସି ସଭାପତି ଭୀମା ରେଡ୍ଡୀ, ବ୍ରହ୍ମପୁର ମହାନଗର ସଭାପତି ଅତୁଲ୍ୟ ପାଢ଼ୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପଟ୍ଟନାୟକ, ନାରୀନେତ୍ରୀ ତଥା ଅବସର ପ୍ରାପ୍ତ ପ୍ରଧାନ ଶିଷୟିତ୍ରୀ ନର୍ମଦା ପାତ୍ର, ବ୍ରହ୍ମପୁର ଲୋକସଭା ମିଡ଼ିଆ ସେଲ୍ ସଂଯୋଜକ ମହେଶ କୁମାର ଗୌଡ଼, ବ୍ରହ୍ମପୁର ଯୁବ କଂଗ୍ରେସ ସଭାପତି ତତ୍ସତ୍ ସୁବୁଦ୍ଧି, ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ, ପିସିସି ସଭ୍ୟ ଭବାନୀ ବେହେରା, ପୂର୍ବତନ ସରପଞ୍ଚ ପ୍ରଭାତ ସେଠୀ, ଯୁବ ନେତା ଧରଣୀ ବାରିକ, ଅସିତ୍ କାନ୍ତ ପାତ୍ର ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.