ହାଇସ୍କୁଲ ସ୍ଥାପନ ଦାବିରେ ୧୨ ଘଣ୍ଟିଆ ଚାନ୍ଦୋତରା ବନ୍ଦ ପାଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତାରାରେ ହାଇସ୍କୁଲ ସ୍ଥାପନ ଦାବି ନେଇ ଆଜି ଚାନ୍ଦୋତରା ପଞ୍ଚାୟତବାସୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ଚାନ୍ଦୋତରା ବନ୍ଦ ପାଳନ କରାଯାଇଛି । ଚାନ୍ଦୋତରା ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ବଚ୍ଛାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପଞ୍ଚାୟତବାସୀ ସାମିଲ ହୋଇଥିଲେ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭବାନୀପାଟଣା – ଖଡ଼ିଆଳ ୧୬ ନମ୍ବର ରାଜ୍ୟ ରାଜପଥକୁ ରାସ୍ତାରୋକ କରିବା ଫଳରେ ଶହ ଶହ ଯାନବାହାନ ଅଟକି ରହିଛି । ଜରୁରୀକାଳୀନ କାର୍ଯ୍ୟ ସହ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଏହି ବନ୍ଦରେ ବାଦ ଦିଆଯାଇଛି । ଗାଡି ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ପୂର୍ବରୁ ୧୯୯୦ ହାଇସ୍କୁଲ ଥିଲା ତାହାକୁ ସରକାର ୨୦୧୯ ବନ୍ଦ କରିଦେଇଥିଲେ । ପୁନଃ ଖୋଲିବା ପାଇଁ ଦାବି କରୁଛନ୍ତି ପଂଚାୟତବାସୀ । ନବମ ଓ ଦଶମ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭିକ୍ଷା ନାଇଁ ଶିକ୍ଷା ଦିଅ ଚାନ୍ଦୋତରାରେ ଉଚ୍ଚବିଦ୍ୟାଳୟ ଖୋଲି ଦିଅ ବୋଲି ଆନ୍ଦୋଳନକାରୀମାନେ ନାରା ଦେଇଛନ୍ତି ।

Leave A Reply

Your email address will not be published.