ଭରସୁଜାକୁ ହରାଇ ଉମରାଡ଼ ଚମ୍ପିୟାନ

ଗାଇସିଲାଟ, (ପୁସ୍ତମ ଯୁଆଡି ) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ସ୍ଥାନୀୟ ଆଗଲପୁରିଏନ କ୍ରିକେଟ ଗ୍ରାଉଣ୍ଡରେ ଭେଟେରିଆନ କ୍ରିକେଟ ଏସୋସିଏସନ ଭୁତିବାହାଲ ଦ୍ୱାରା ଆୟୋୟିତ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଂଟରେ ଭରସୁଜାକୁ ହରାଇ ଉମରାଡ଼ ଦଳ ଚମ୍ପିୟାନ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଉମରାଡ଼ ଦଳ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ୪ ଓଭରରେ ୪ ଉଇକେଟ ହରାଇ ୬୪ ରନ୍ କରିଥିଲେ । ଜବାବରେ ଭରସୁଜା ଦଳ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହା ପୂର୍ବରୁ ଆଠଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟରେ ଭରସୁଜା ଦଳ ଭୁତିବାହାଲ ଓ କରିମୁଣ୍ଡା ଦଳକୁ ହରାଇ ଏବଂ ଉମରାଡ଼ ଦଳ ସର୍ଗିପାଲି ଓ ମନୁପାଲି ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଉକ୍ତ ଟୁର୍ଣ୍ଣାମେଂଟରେ ଅମ୍ପାୟାର ବନମାଳି ପୁଟେଲ, ପବିତ୍ର ସାହୁ ଓ ଦୁର୍ଗେଶ୍ୱର ବାଗ ଖେଳ ପରିଚାଳନା କରିଥିଲେ । ସ୍କୋରର ଦାୟିତ୍ବରେ ଥିଲେ ରମାକାନ୍ତ ନାଗ ଓ ସୁନାସ ସାହୁ । ମ୍ୟାଚ ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ ପୁସ୍ତମ୍ ଯୁଆଡି, ଲୋଚନ ସାହୁ ଓ ବିନ୍ଦୁସାଗର ନାଗ । ଉଦଘାଟନୀ ଉତ୍ସବରେ ଦିବ୍ୟକିଶୋର ସାହୁ ଯୋଗ ଦେଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ନକୁଳ ସାହୁ । ଏଥିରେ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.