oom

କଳା କୃଷି ଆଇନ ଓ ଶୀତ ଅଧିବେଶନ ରଦ୍ଦ ପ୍ରତିବାଦରେ ଯୁବ କଂଗ୍ରେସର ମଶାଲ ଆକ୍ରୋଶ ଶୋଭାଯାତ୍ରା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର): କେନ୍ଦ୍ର ମୋଦୀ ସରକାରର ଜନ ବିରୋଧି ତିନି କଳା କୃଷି ଆଇନ ଓ ଶୀତ ଅଧିବେଶନ ରଦ୍ଦ ପ୍ରତିବାଦରେ ଆଜି ଜିଲ୍ଲା ଯୁବ କଂଗ୍ରେସ ବଲାଙ୍ଗିର ତରଫରୁ ଏକ ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ କଚେରୀ ଛକ ସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୃର୍ତ୍ତି ତଳେ ଯୁବ କଂଗ୍ରେସର ସଦସ୍ୟମାନେ ଏକଜୁଟ ହୋଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଗୋଟିଏ ପଟେ ଦିଲ୍ଲୀ ବଡର୍‌ରେ ବିଗତ ମାସିଏ ହେବ ଦେଶ ସାରା କୃଷକ ଏକଜୁଟ ହୋଇ ସରକାରଙ୍କୁ ଏହି କୃଷି ଆଇନ ଫେରାଇ ନେବାକୁ ବାରମ୍ବାର ଅନୁରୋଦ କରୁଥିବା ସତ୍ତେ୍ୱ କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଇ କୃଷି ଆଇନକୁ ଜୋର ଜବରଦସ୍ତ ଦେଶ ଉପରେ ଥୋପି ଦେବା ପାଇଁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ବିଜେପି ଦଳ ଦେଶର ବିଭିନ୍ନ ସ୍ଥାନରେ ନିଜର ରାଜନୈତିକ ସଭା ସମିତି ବଜାୟ ରଖୁଥିବା ବେଳେ କୋଭିଡର ଆଳ ଦେଖାଇ ସଂସଦର ଶୀତ ଅଧିବେଶନକୁ ରଦ୍ଦ କରିଦେଇଛନ୍ତି । ଫଳରେ ଉଭୟ କୃଷକ ଓ ଜନତା ନିଜର ସାମ୍ବିଧାନିକ ହକ୍‌ ପାଇବାରୁ ବଂଚିତ ହୋଇଛନ୍ତି । ଏଭଳି ଭାବେ ଜନବିରୋଧି, କୃଷକ ବିରୋଧି କେନ୍ଦ୍ରର ମୋଦି ସରକାର ନିଜର ପୁଞ୍ଜିପତି ମିତ୍ରଙ୍କ ସ୍ୱାର୍ଥ ହାସଲ କେବଳ ପାଇଁ ରାସ୍ତା ପ୍ରସସ୍ଥ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି କୃଷି ଓ ଜନମାରଣ ନୀତି ବିରୁଦ୍ଧରେ ଜିଲ୍ଲା ଯୁବ କଂଗ୍ରେସ ଜାରି ରଖିବ ବୋଲି ଆଜି ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର ଦୃଢକ୍ତି ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ନଗର ସଭାପତି ବୁଲୁ ଦାନି, ସଂଜୟ ମିଶ୍ର, ଚିଣ୍ଟୁ ପଣ୍ଡା, ଜୁଲୁ ପଟ୍ଟନାୟକ, ବ୍ୟାସଦେବ ନନ୍ଦ, ଅଜୁ ସାଏ, ଲୋପନ ମିଶ୍ର, ନାସିର ଖାନ, ଅଙ୍କିତ ସାହୁ, ଅମିତ ନାୟକ, ସଂଜିବ ହୋତା, ମୁନା ନନ୍ଦ, ରୋସନ ମିଶ୍ର, ଅନ୍ତ ମଛଖଣ୍ଡ, ପବିତ୍ର ନେପାକ, ମଧୁ ନାଗ, ଅଶ୍ୱିନ ରାଉତ, କିରନ ସେଠ, ରାମ ସିଂ, ଶିବା ପଧାନ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.