csstore

ଦାଦି ହୃଦୟମୋହିନୀଙ୍କ ତୃତୀୟ ପୂଣ୍ୟ ତିଥି ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଶାଖା ଶାନ୍ତି ଅନୁଭୂତି ଭବନ ଠାରେ ବ୍ରହ୍ମାକୁମାରୀ ସଂସ୍ଥାର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ହୃଦୟମୋହିନୀ (ଗୁଲ୍‌ଜାର)ଙ୍କ ତୃତୀୟ ପୂଣ୍ୟ ତିଥି ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ଆନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟ-ଆବୁର ବରିଷ୍ଠ ଭ୍ରାତା ରାଜଯୋଗୀ ବ୍ରହ୍ମା କୁମାର କେଦାର ଭାଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଦାଦିଙ୍କ ତ୍ୟାଗ ଓ ତପସ୍ୟାର ଅନୁଭୂତି ସମ୍ପର୍କରେ ଶୁଣାଇବା ସହ ଦାଦି ହୃଦୟମୋହିନୀଙ୍କ ଆଦର୍ଶତା କିପରି ସମାଜର ଲୋକଙ୍କ ପ୍ରତି ଅନୁପ୍ରାଣିତ ହେବେ ଏବଂ ଦାଦିଙ୍କ ନିଜର ଜୀବନକୁ ଯଜ୍ଞ ପ୍ରତି ଉତ୍ସର୍ଗ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଥିଲେ ସେ ବିଷୟରେ ଭାଇଜୀ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ଇଣ୍ଡିଆନ କୋଷ୍ଟ ଗାର୍ଡର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଭ୍ରାତା ଧନଞ୍ଜୟ ମିଶ୍ର ଯୋଗ ଦେଇ ଦେଶ ସେବା ଓ ଚରିତ୍ର ଶୃଙ୍ଖଳା ନିର୍ମାଣରେ ଆଧ୍ୟାତ୍ମିକତାର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । ଛତ୍ରପୁର ବ୍ରହ୍ମାକୁମାରୀ ଶାଖାର ମୁଖ୍ୟ ସଞ୍ଚାଳିକା ରାଜଯୋଗୀନୀ ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଏହାର ତାତ୍ପର୍ଯ୍ୟ ବୁଝାଇ ଦାଦିଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଅଞ୍ଚଳର ବିଭିନ୍ନ କୋଣ ଅନୁକୋଣରୁ ଆଖ ପାଖ ଗ୍ରାମାଞ୍ଚଳରୁ ବହୁ ବ୍ରହ୍ମାକୁମାରୀ ଅନୁଗାମୀ ଯୋଗଦାନ କରି ଦାଦିଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସାଂଗକୁ ରାଜଯୋଗ ଶିକ୍ଷା ଓ ଆଶ୍ରୀବଚନ ପ୍ରାପ୍ତ ହୋଇଥିଲେ ।

jayashree
Leave A Reply

Your email address will not be published.