କେବିକେ ଅଂଚଳରେ ରେଳପଥର ବିକାଶ – ଏକ ସମ୍ଭାବନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପି. ଏକାଡେମୀ ସମ୍ମିଳନୀ କକ୍ଷରେ ପ୍ରବୁଦ୍ଧ ପାଠକ ସଂସଦର ଏକ ଆଲୋଚନାଚକ୍ର ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭିଜନ ୨୦୩୪- କେବିକେ ଅଂଚଳରେ ଆଗାମୀ ଦଶ ବର୍ଷ ମଧ୍ୟରେ ରେଳପଥର ବିକାଶର ଏକ ବ୍ଲୁ ପ୍ରିଣ୍ଟ – ବିଷୟ ଆଧାରରେ ମୁଖ୍ୟ ଅତିଥି ଡ. ଶ୍ରୀକର ମିଶ୍ର, ମୁଖ୍ୟବକ୍ତା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନିତ ଅତିଥି ସତ୍ୟବନ୍ତ ବେଦବାକ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ମଂଚାସୀନ ଅତିଥିଗଣ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କଲା ପରେ କସ୍ତୁରୀ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସେମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ । ସଂସଦର ସଭ୍ୟା କବିତା ମିଶ୍ର ଏବଂ ଅନୁପ୍ରିୟା ମିଶ୍ର ମଂଚାସୀନ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଉପ-ସଭାପତି ଜୟରାମ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଂସଦ ସଂପର୍କରେ ସୂଚନା ଦେଇଥିଲେ । ଅତିଥିଗଣ ରେଳ ଉପଭୋକ୍ତା ସଂଘ, ବଲାଙ୍ଗିର ପୂର୍ବତନ ସଭାପତି ନୀଳମଣି ମିଶ୍ର, ବିକ୍ରମାନନ୍ଦ ବହିଦାର, ଧର୍ମବ୍ରତ ରଥ ତଥା ପୂର୍ବତନ ସମ୍ପାଦକ ଜୟରାମ ମିଶ୍ର, ଗୋପବନ୍ଧୁ ପୁରୋହିତ ଏବଂ ବର୍ତ୍ତମାନ କାର୍ଯ୍ୟରତ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସମ୍ପାଦକ ଦିବାକର ହୋତାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ପୂର୍ବତନ ସମ୍ପାଦକ ଶଙ୍କର ପ୍ରସାଦ ହୋତା ଏବଂ ନାରାୟଣ ପାଢୀଙ୍କ ମାନପତ୍ର ପଠନ କରାଯାଇଥିଲା । ପରେ ଅତିଥି ଗଣ ଅଂଚଳର ରେଳପଥର ବିକାଶ ପାଇଁ ବଲାଙ୍ଗିର-ନୂଆପଡା ଏବଂ ବରଗଡ – ରାୟପୁର ନୂତନ ରେଳପଥର ନିର୍ମାଣ ତଥା ସମ୍ବଲପୁର ଟିଟିଲାଗଡ ରେଳପଥରକୁ ତିନିଲେନ୍‌ ବିଶିଷ୍ଟ କରିବା ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଭବାନୀ ଶଙ୍କର ଶତପଥି, ଧନଞ୍ଜୟ ମିଶ୍ର, ପ୍ରଭାକର ମିଶ୍ର, ମଧୁସୁଦନ ନାୟକ, ଧର୍ମବ୍ରତ ରଥ, ପ୍ରଶନ୍ନ କୁମାର ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ଗିରିଜା ଶଙ୍କର ରଥ, ଋତୁରାଜ ସିଂ, ମହେଶ୍ୱର ସାହୁ, ଗୌରଚନ୍ଦ୍ର ପୁରୋହିତ, ମୋତିଲାଲ ସାହୁ, ଅନନ୍ତ ବିଶୋଇ, ବ୍ରଜରାଜ ପୁରୋହିତ, ନରେନ୍ଦ୍ର ବଗର୍ତ୍ତି, ଅଜିତ ପୁଜାରୀ, ଅନନ୍ତ ବିଶୋଇ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସମ୍ପାଦକ ଶୁଭ୍ରାଂଶୁ ଶେଖର ପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

5 × one =