csstore

ଚନ୍ଦ୍ରମଣି ନାଟ୍ୟ ସଂଘ ଗୃହ ପ୍ରତିଷ୍ଠା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅଗ୍ରଣୀ ଶତାୟୁ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘର ଅନୁଷ୍ଠାନ ଗୃହ ଆଜି ଶୁଭ ଉଦ୍‌ଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗଦେଇ ଗୃହ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ ଉପସ୍ଥିତ ରହିଥିବାବେଳେ ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଚନ୍ଦ୍ରମଣି ନାଟ୍ୟ ସଂଘର ସମ୍ପାଦକ ହେମନ୍ତ ସାହୁ, ବରିଷ୍ଠ ସଦସ୍ୟ ହିରେନ୍ଦ୍ର ପ୍ରତାପ ସିଂହଦେଓ, ବାସୁଦେବ ମହାରଣା, ଗଙ୍ଗାଧର ପ୍ରହରାଜ, ଶ୍ରୀପତି ପଟ୍ଟନାୟକ, ଲଳିତ ମହାଳିକ, ଭୁବନ ବିକ୍ରମ ସିଂହଦେଓ, କୁବେର ମହାଖୁଡ଼, ସତ୍ୟନାରାୟଣ ସାହୁ, ରମେଶ ଚନ୍ଦ୍ର ରାଉତ, ରଶ୍ମିରଂଜନ ପ୍ରହରାଜ, ରାକେଶ କୁମାର ଶତପଥୀ, ପ୍ରଦୀପ ସିଂହ, ବିପ୍ର ଚରଣ ମହାରଣା, ଶିବପ୍ରସାଦ ଶତପଥୀ, ଜିତେନ୍ଦ୍ର ପାତ୍ର, ଉପେନ୍ଦ୍ର ମହାଖୁଡ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ଗତବର୍ଷ ତାର ଶତ ବାର୍ଷିକୀ ମହୋତ୍ସବ ପାଳନ କରିଥିବାବେଳେ ଓଡ଼ିଶାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଗାମୀ ଦିନରେ ଏହି ନାଟ୍ୟ ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହି ଅବସରରେ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.