jayashree

ବିଶ୍ୱ ପାଇପ ଯୋଗେ ନିରାପଦ ଜଳଯୋଗାଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍ତମ ଜଳ ଯୋଗାଣର ସୁବ୍ୟବସ୍ଥା, ସ୍ୱାସ୍ଥ୍ୟ, ପରିବେଶ, ପରିମଳ, ନିରାପତ୍ତା ଏବଂ ସ୍ଥିରତା ରକ୍ଷା କରିବାରେ ପାଇପ ମିସ୍ତ୍ରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୧୧ ମାର୍ଚ୍ଚରେ ଡବ୍ଲୁପିଡ଼ି ପାଳନ କରାଯାଏ । ଡବ୍ଲୁପିଡ଼ି ୨୦୧୦ରେ ପ୍ରତିଷ୍ଠିତ ହୋଇଥିଲା । ଉତ୍ତମ ଗୁଣବତ୍ତା ପ୍ଲମ୍ବିଂ, ଜଳର ଅପବ୍ୟୟ ନକରି ଯେଭଳି ଆବଶ୍ୟକତା ଅନୁସାରେ ଜଳ ବ୍ୟବହୃତ ହୋଇପାରିବ ଏବଂ ଅଧିକରୁ ଅଧିକ ଅର୍ଥନୈତିକ ସମୃଦ୍ଧତା ଉପଲବ୍ଧ ହୋଇପାରିବ ସେ ଦିଗରେ ପ୍ରୋତ୍ସାହିତ କରିବାରେ ପ୍ଲମ୍ବିଂ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ମହତ୍ତ୍ଵପୂର୍ଣ୍ଣ ଦିନରେ ପ୍ଲମ୍ବିଂ କାର୍ଯ୍ୟରେ ନିୟୋଜିତ ପାଇପ ମିସ୍ତ୍ରୀ ତଥା ଅନ୍ୟାନ୍ୟ ଲୋକମାନେ ଏକତ୍ରିତ ହୋଇ ପାଇପ ଜଳ ଯୋଗାଣ ବିଷୟରେ ବିଭିନ୍ନ କାରିଗରୀ କୌଶଳ ଶିଖିବା, ଜ୍ଞାନ ବାଣ୍ଟିବା, ପରସ୍ପର ମଧ୍ୟରେ ସଂଯୋଗ ସ୍ଥାପନ କରିବା ଏବଂ ମଧୁର ଜଳ ଏବଂ ନିରାପଦ ପରିମଳର ଗୁଣବତ୍ତା ତଥା ଉନ୍ନତି ପାଇଁ ସହଯୋଗ ବଢାଇବା ବିଷୟରେ ଚର୍ଚ୍ଚା କରନ୍ତି । ଜଳ ଆମର ଏକ ଅନନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ପ୍ରାକୃତିକ ସମ୍ପଦ, ଏକ ସୁସ୍ଥ ଏବଂ ସ୍ୱଚ୍ଛ ଜୀବନଯାପନ ପାଇଁ ଆମର ଡ୍ରେନେଜ୍ ବ୍ୟବସ୍ଥା ସ୍ୱାସ୍ଥ୍ୟକର ହେବା ଜରୁରୀ ଅଟେ ।

Leave A Reply

Your email address will not be published.