ମହାଶିବରାତ୍ରିରେ ଲୋକନାଥ ମନ୍ଦିରରେ ଯୋଗଦାନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବଲାଙ୍ଗିର ସହରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ହଜାର ହଜାର ଭକ୍ତ ମହାଦୀପ ଉଠିବା ସମୟରେ ଏକତ୍ରିତ ହୋଇ ଶୈବ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଶୈବପୀଠର ପୂଜକମାନେ ଦେବ ଦେବ ମହାଦେବଙ୍କୁ ଯଥାରୀତି ଧୂପ ଦୀପ ପ୍ରଦାନ କରିଛନ୍ତି । ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ନିର୍ଦ୍ଧାରିତ ସମୟରେ ଗତ ରାତିରେ ଉଠିଥିଲା ମହାଦୀପ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବଲାଙ୍ଗିର ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ସପତ୍ନୀକ ଯୋଗଦାନ କରିଥିବା ବେଳେ ମହାଦେବଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହାଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.