ବାଇକ୍‌ ଧକ୍କାରେ ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଲି ଚାଲି ଯାଉଥିବା ବେଳେ ଧକ୍କା ଦେଲା ବାଇକ୍‌ । ଯୁବକ ଜଣକ ଗୁରୁତର ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଭର୍ତ୍ତି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦାଇପାଲି ନିବାସୀ ହର ଖଡ଼ିଆ(୩୨) ନିଜ ବାଇକ୍‌ ଯୋଗେ ପଥରଚେପାକୁ ଯାଇଥିବା ବେଳେ ସେଠାରେ ବାଇକ୍‌ ରଖି ଚାଲି ଚାଲି ଯାଉଥିବା ସମୟରେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି । ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.