ଗୁରୁଣ୍ଡା ଖେଳ ପଡିଆରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଶାଳ ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଳ ପଡିଆଠାରେ ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଅବସରରେ ମଙ୍ଗଳବାର ବିଶାଳ ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀଙ୍କ ଆହ୍ୱାନ କ୍ରମେ ଏହି ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ରାଜୁ ଘିଭେଲା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଲା ମାଝୀ, ବରିଷ୍ଠ ବିଜେଡ଼ି ନେତା ଉଦ୍ଧବ ବେହେରା, ଆଶାତୁଲ୍ଲା ଖାଁ, ଉମାକାନ୍ତ ସାହୁ, ପିଙ୍କି ଖର୍ସେଲ, ଚକ୍ରଧର ହେର୍ଣ୍ଣା, ଦେବାର ବାରିକ, ଶ୍ରୀମତୀ ସୁନ୍ଦରମତି ବାଗ ଓ ପୂର୍ବତନ ବ୍ଲାକ କମାଣ୍ଡୋ ତଥା ବିଜେଡି ଯୁବ ନେତା ଗିରିରାଜ ସିଂ ମାଝୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ମଞ୍ଚ ସଂଚାଳନ କରିଥିଲେ ବିଜେଡି ବରିଷ୍ଠ ନେତା ଦିଲ୍ଲୀପ କୁମାର ପୃଷ୍ଟି ଓ ଧନ୍ୟବାଦ ଅର୍ପଣ କରିଥିଲେ ଅବସରପ୍ରାପ୍ତ ବ୍ଲେକ କାମାଣ୍ଡୋ ତଥା ବିଜେଡି ଯୁବ ନେତା ଗିରିରାଜ ସିଂ ମାଝୀ । ଓଡିଶାର ବରପୁତ୍ର ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ତଥା ପଂଞ୍ଚାୟତରାଜ ଦିବସ ଥିବା ହେତୁ ଅତିଥି ଗଣ ଓଡିଶାର ଉନ୍ନତି ଓ ବିଜୁବାବୁଙ୍କ ଅବଦାନ ବିଷୟରେ ଆଲୋଚନା କରିବା ସହିତ ତୃଣମୂଳ ସ୍ତରରୁ ବିଜେଡିକୁ ସମୃଦ୍ଧ କରିବାର ନିଷ୍ପତ୍ତି ନେଇଥିଲେ । ଏହି ମହା ସମାବେଶରେ ଉପସ୍ଥିତ ଅନ୍ୟତମ ବରିଷ୍ଠ ବିଜେଡି କର୍ମୀମାନଙ୍କ ମଧ୍ୟରେ ଶ୍ରୀଧର ମାଝୀ, ଶରତ ସିଂ ଭୋଇ, ଦିଲ୍ଲୀପ ମହାନ୍ତି, ଦୁଷ୍ମନ୍ତ ନାଗ, ତପନ ଦୀପ, ବିଶ୍ୱମ୍ବର ସାହୁ, କିଶୋର ବଘେଲ, କଶ୍ୟପ ସରାଫ, ଦୀନ ଟାକ୍ରୀ, ପିଲାବାବୁ ସାହୁ, ସତ୍ୟ ନାଗ, ଜଳନ୍ଧର ପ୍ରଧାନୀ, ଘାଟୁ ପାଣିଗ୍ରାହୀ, ଦୁଳମଣି ବାଗ, ନରେନ୍ଦ୍ର ସିଂ ମାଝୀ, ଦୈତାରୀ ଭୋଇ, ଅରୁଣ ସିଂଦେଓଙ୍କ ସହିତ ହଜାର ସଂଖ୍ୟାରେ ମହିଳା ପୁରୁଷ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ଦଳ ଓ ବିଜେଡି କର୍ମୀଗଣ ଉପସ୍ଥିତ ରହିଥିଲେ ଏବଂ ମହାସମାବେଶକୁ ସଫଳ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.

one × 5 =