pakka

ମୁରିବାହାଲ ବ୍ଲକସ୍ତରୀୟ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳିତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକସ୍ତରୀୟ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ବ୍ଲକ ଜିପିଇଓ ଏନ୍‌ଜେ ଥିଓଫିଲ୍‌ଙ୍କ ସଭାପତିତ୍ୱରେ ତଥା ଓଏଲ୍‌ଏମ୍‌ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ମୁଖ୍ୟ ଅତିଥି, ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିବବିହାରୀ ଯୋଶୀ, ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ, ବାନ୍ଦୁପଳା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ବଡ଼ସାଇମରା ସରପଞ୍ଚ ଶୁକମଣି ପୁଟେଲ, ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗ, ପତ୍ରାପାଲି (କ) ପଞ୍ଚାୟତ ଭାରପ୍ରାପ୍ତ ସରପଞ୍ଚ ସନ୍ତୋଷିନି ଭୋଇ, ଇଲେକ୍ଟ୍ରିକାଲ ସେକ୍ସନ ଅଫିସର ମହମ୍ମଦ ଯୁନୈଦ, ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ଆଇସିଡିଏସ୍‌ ସୁପରଭାଇଜର, ଜିଆରଏସ ଡୋଳାମଣି ସାହୁ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ବ୍ଲକର ଶ୍ରେଷ୍ଠ ଉକ୍ତୃଷ୍ଟ ପଞ୍ଚାୟତ ରୂପେ ହଳଦୀ, ଗୁଡିଘାଟ ଓ ପତ୍ରାପାଲି (କ) ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଏମବିକେ ଓ ସିଆରପି ପ୍ରମୁଖ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

13 + eight =