oom

ଡେଙ୍ଗ ଉଚ୍ଚ ବିଦ୍ୟାଳୟରେ ପଂଚାୟତିରାଜ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ତତ୍ତ୍ଵାବଧାନରେ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଗାଁରୁ ଶାସନ ଆରମ୍ଭ ନ ହେଲେ ଦେଶର ବିକାଶ ହେବ ନାହିଁ, କି ଗଣତନ୍ତ୍ର ମଧ୍ୟ ସଫଳ ହେବ ନାହଁ । ପୂର୍ବରୁ ଏଭଳି ଏକ ବିଚାର ଧାରାରୁ ଜନ୍ମ ନେଇଥିଲା ଗାନ୍ଧିଜୀଙ୍କର ଗ୍ରାମ ସ୍ୱରାଜ ସ୍ୱପ୍ନ । ତୃଣମୂଳ ଗଣତନ୍ତ୍ରର ପ୍ରଥମ ପାହାଚ ହେଉଛି ଗ୍ରାମ ପଂଚାୟତ । ଲୋକଙ୍କ ହାତକୁ ସିଧା ସଳଖ କ୍ଷମତା ହସ୍ତାନ୍ତର କରିବା ବା କ୍ଷମତାର ବିକେନ୍ଦ୍ରିକରଣ ତାର ମୂଳକଥା । ଗ୍ରାମସଭା ପଂଚାୟତ ବ୍ୟବସ୍ଥାର ପ୍ରାଣକେନ୍ଦ୍ର ହୋଇଥିବା ବେଳେ ପଲ୍ଲୀସଭା ତୃଣମୂଳ ଗଣତନ୍ତ୍ରର ପ୍ରଥମ ସୋପାନ ବୋଲି ଉପସ୍ଥିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କର ମଧ୍ୟରେ “ଗଣତନ୍ତ୍ରରେ ପଞ୍ଚୟାତିରାଜର” ଭୂମିକା ବିଷୟବସ୍ତୁ ଉପରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବାରୁ ଲିପ୍ସା ରଣା, ସୁଧାଂଶୁ ପଧାନ ଓ ବର୍ଷା ବେହେରାକୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଦ୍ରୌପଦୀ ଭୋଇ, କାନ୍ତି ଭୋଇ, ଶିବାନୀ ମଲ୍ଲିକ, ତପସ୍ୱିନୀ ପଟେଲ, ରେଣୁକା ସାହୁ, ଶିକ୍ଷକ କୃପାସିନ୍ଧୁ ମିଶ୍ର, ହିମାଂଶୁ ଶେଖର ବିଶ୍ୱାଳ, ଲିଙ୍ଗରାଜ ନନ୍ଦ, ଦୀପକ ସେନ ଧରୁଆ, ସୁଦର୍ଶନ ଦାଶ, ରାମ ନାରାୟଣ ଦାଶ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ପରିଚାଳନା କରିଥିବା ବେଳେ ଶିକ୍ଷକ ସମୀର ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.