csstore

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗଞ୍ଜାମ ଜିଲ୍ଲା ଓଜେୟୁ କର୍ମକର୍ତ୍ତାଙ୍କ ଯୋଗଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗଞ୍ଜାମ ଜିଲ୍ଲା ଓଜେୟୁ କର୍ମକର୍ତ୍ତା । ଗଞ୍ଜାମ ଜିଲ୍ଲା ଓଜେୟୁ କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ସମ୍ପାଦକ ଶିବ ପ୍ରସାଦ ସାହୁ ଓ ରାଜ୍ୟ ମହିଳା ସବ୍‌କମିଟି ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ ଆୟୋଜିତ ବୈଠକରେ ଯୋଗଦେଇଛନ୍ତି । ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ସାମ୍ବାଦିକମାନଙ୍କ ସୁରକ୍ଷା, ଭତ୍ତା ଓ ସାମୂହିକ ବିକାଶ ନେଇ ଆଲୋଚନା ହୋଇଥିଲା । ବୀର ମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ, ଏସ୍‌ପି ୟଶ ପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ସ୍ଥାନୀୟ ମ୍ୟୁନିସିପାଲଟି ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ପ୍ରାଧ୍ୟାପକ ମଦନ ସୁନ୍ଦର ଖେତୀ ପ୍ରମୁଖ ଅତିଥି ଯୋଗଦେଇଥିଲେ । ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଆଦର୍ଶ ସମ୍ବାଦିକତା ଶୀର୍ଷକ ଆଲୋଚନାଚକ୍ରରେ ବକ୍ତବ୍ୟ ରଖିଥିଲେ । ଏଥିରେ ଓଜେୟୁ ରାଜ୍ୟ କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲା କର୍ମକର୍ତ୍ତା ଯୋଗଦେଇ ନିଜ ନିଜ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.