ସୁଦ୍‌ପଡା ଫାଟକ ଠାରେ ଦୁର୍ଘଟଣା : ୩ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିିିିର, (ଦେବାଶିଷ ମିଶ୍ର) : କିଛି ସମୟ ପୂର୍ବରୁ ସୁଦପଡା ରେଲୱେ ଫାଟକ ଠାରେ ଏକ ଦୁର୍ଘଟଣା ଘଟିଥିବାରୁ ଖବର ମିଳିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛିି । ସୂଚନାରୁ ପ୍ରକାଶ ଯେ, ପ୍ରାୟ ୧୦ ଟା ସମୟରେ ସୋନପୁର ପୋଟୁ ଏକ ସ୍ୱିଫ୍ଟ୍‌ ଡିଜାୟାର୍‌ ମାରୁତିକାର ଦ୍ରୁତ ଗତିରେ ଆସୁଥିବା ବେଳେ ଫାଟକ ପୂର୍ବରୁ ୨ଟି ବାଇକ୍‌କୁ ଧକ୍କ୍କ୍‌ା ଦେଇ ରେଲ୍‌ ଫାଟକରେ ପିଟିି ହେଇଥିିଲା । ଏହି ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀ ଗୁରୁତର ରୂପେ ଆହତ ହୋଇଥିିଲେ । ସେମାନଙ୍କର ପ୍ରକୃତ ନାମ ଓ ଠିକଣା ହସ୍ତଗତ ହୋଇ ନଥିବା ବେଳେ ଉଭୟ ବାଇକ୍‌ ବଲାଙ୍ଗିରର ବୋଳି ଅନୁମାନ କରାଯାଇଛି । ସେହିପରିି ମାରୁତି କାର୍‌ର ନମ୍ବର (ଓଡିଜିରୋ ୭ ଏମ୍‌୭୬୮୬) ଅନୁଯାୟୀ ଗାଡି ମାଲିକର ନାମ ହେଉଛି ରାମକ୍ରିଷ୍ଣା ତ୍ରିପାଠୀ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଂଚିି ଆହତଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.