jayashree

ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମୌନାବତି ଜାଲଙ୍କ ଅଧ୍ୟକ୍ଷତାରେ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟବକ୍ତା ଭାବରେ ମାୟାବର୍ହା କ୍ଲଷ୍ଟରର ସିଆର୍‌ସିସି ଜୟଶ୍ରୀରାମ ସିକନ୍ଦର ଓ ମୁଖ୍ୟବକ୍ତା ଭାବରେ ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଯୋଗ ଦେଇଥିଲେ । ପାଖାପାଖି ୨୦୦ ଛାତ୍ରଛାତ୍ରୀ ଏହି ଧନ୍ଦାମୂଳକ ତାଲିମ ନେଇ ସ୍ଥାନୀୟ ସାରସମାଳ ବଜାର, ମାଛ ପ୍ରକଳ୍ପ ଓ ପଣ୍ଡକିଟାଲ କୁକୁଡ଼ା ଫାର୍ମ ପରିଦର୍ଶନ କରି ନିଜର ପୁସ୍ତକ ଗତ ଓ ପରିବେଶ ଭିତ୍ତିକ ଜ୍ଞାନର ତୁଳନାତ୍ମକ ଚିତ୍ର ଆହରଣ କରିବା ସହିତ ସାଇବର ସିକ୍ୟୁରିଟି ଓ ଶିଶୁ ସୁରକ୍ଷା ତାଲିମ ନେଇଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ତାଲିମର ସଂଯୋଜକ ଶିକ୍ଷକ ବିନୋଦ କୁମାର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ସୁଶିଲ କୁମାର ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । କଳା ଶିକ୍ଷକ ଅବିନାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଦୟାସାଗର ପଧାନ, ଚୈତନ୍ୟ ବାରିକ, ସଦାନନ୍ଦ ପଧାନ, ତୋଷମତି ଭୋଇ, ରାଜଲକ୍ଷ୍ମୀନାଥ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.