oom

ଚିରନିଦ୍ରାରେ ସମାଜସେବୀ ନାରାୟଣ ପଣ୍ଡା

jsmm

ଜୟପାଟଣା, (ଶେଷ ଦେବ ବେହେରା) : ଜୀବନର ଚଲା ପଥରେ ସମାଜ ସଂସ୍କାର, ଶିକ୍ଷାର ବିକାଶ ପାଇଁ ସଦା ଜାଗ୍ରତ ରହିଥିବା ମିଷ୍ଟଭାଷୀ ନାରାୟଣ ପଣ୍ଡା ୮୦ ବର୍ଷ ବୟସରେ ଗତ ସୋମବାର ଦିନ ବିଶାଖାପାଟଣାକୁ ଚିକିତ୍ସା ପାଇଁ ନେଉଥିବା ଅବସ୍ଥାରେ ବାଟରେ ସେ ଅନ୍ତିମ ଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତ ପଣ୍ଡା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଗ୍ରାମରେ ଅବସ୍ଥାନ କରି ଛାତ୍ର ଅବସ୍ଥାରୁ ହିଁ ରାଷ୍ଟ୍ରୀୟତା, ସାମାଜିକ ସଂସ୍କାର ପାଇଁ ନିଜର ଅତୁଳନୀୟ ଅବଦାନ ରଖିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସକ୍ରିୟ ସଦସ୍ୟ ଭାବରେ ନିଜର କାର୍ଯ୍ୟ ଶୈଳୀକୁ ପ୍ରତିପାଦିତ କରିଥିଲେ । ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ସେ ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବରେ ମଧ୍ୟ ନିଜକୁ ସମର୍ପିତ କରିଥିଲେ । ତାଙ୍କରି ଅନ୍ତିମ ସଂସ୍କାର ମଙ୍ଗଳବାର ଭୋରରୁ ବିଜମରା ମାଟିରେ ଜ୍ଞାତି, କୁଟୁମ୍ବ, ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶରେ ସମ୍ପନ୍ନ କରାଯାଇଥିଲା । ତାଙ୍କରି ଅନ୍ତିମ ଦର୍ଶନ ଓ ଶବାଧାରରେ ଶତାଧିକ ଲୋକ ଉପସ୍ଥିତ ଥିଲେ । ଦୁଇ ପୁଅ ଯତୀନ ଓ ଭୂପେନ ମୁଖାଗ୍ନି ଦେଇଥିଲେ । ତାଙ୍କରି ଦେହାନ୍ତ ଅଞ୍ଚଳ ପାଇଁ ଏକ କ୍ଷତ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । ତାଙ୍କରି ବିୟୋଗରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ସମାଜସେବୀ ଶେଷଦେବ ବେହେରା, ଭାରତ ମୁଣ୍ଡ, ଜୟ ନାରାୟଣ ବାବୁଙ୍କ ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ପାଖରେ କାମନା କରିଛନ୍ତି ।

jittmm
Leave A Reply

Your email address will not be published.