ଆଟଗାଁ ଠାରେ ମାଟି ମାଁ ମେଳା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରିଲାଏନ୍ସ ଫାଉଣ୍ଡେସନର ସହଯୋଗ ତଥା ଭୀମପହାଡ କୃଷକ ଉତ୍ପାଦକ କମ୍ପାନୀର ମିଳିତ ଉଦ୍ଦ୍ୟମରେ ବଲାଙ୍ଗିର ଜିଲ୍ଲାର କୃଷକ ସମିତି ସମୂହ ଓ ପୁଇଁନ୍ତଳା ବ୍ଲକର ଆଟଗାଁ ଠାରେ ଆଜି ମାଟି ମାଁ ମେଳା ପାଳିତ ହୋଇଯାଇଛି । ଏହି ମେଳାରେ ଆଖପାଖ ୧୨ଖଣ୍ଡ ଗ୍ରାମର ପ୍ରାୟ ୫୦ ଲୋକ ଉପସ୍ଥିତ ହେଇଥିଲେ । ରିଲାଏନ୍ସ ଫାଉଣ୍ଡେସନ ଏଥେଲରିଡା କିସପୋଟାଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ରୂପେ ସହକାରୀ ଉଦ୍ୟାନବିତ ପ୍ରିୟଦର୍ଶିନୀ ଝାଙ୍କର ଯୋଗଦାନ କରି ଶ୍ରୀ ଧିରୁଭାଇ ଅମ୍ବାନୀଙ୍କ ଫୋଟୋଚିତ୍ରରେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ସେ ନିଜ ଅଭିଭାଷଣ ଶ୍ରୀ ଧିରୁଭାଇ ଅମ୍ବାନୀ କହିଥିବା ଉକ୍ତି ସ୍ଵପ୍ନ ଦେଖ ଏବଂ ତାକୁ ସାକାର କରକୁ ସମସ୍ତେ ନିଜ ନିଜ ଜୀବନରେ ପାଳନ କରିବ ଆବଶ୍ୟକ ବୋଲି କହିଥିଲେ । ତାଛଡା ସ୍ଵୟଂ ସହାୟକ ଦଳ କୁ ନେଇ ଜୀବନ ଜୀବିକାର ଅଗ୍ରଗତି କରିବା ପାଇଁ ଆହ୍ଵାନ ଦେଇଥିଲେ । ସଭାର ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ସୁଧୀର କୁମାର ମିଶ୍ର ତାଙ୍କର ଅଭିଭାଷଣରେ ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ମତପୋଷଣ କରି ଜୈବବିବିଧତା ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ସଭାରେ ୬ ଜଣ ସଫଳ ଚାଷୀ ଏବଂ ୪ଟି ଗ୍ରାମର ସ୍ଵୟଂ ସହାୟକ ଦଳର ସଦସ୍ୟା ମାନେ ନିଜର ସଫଳ ଅନୁଭୂତି ବାଣ୍ଟିବା ସହ ପୁରସ୍କୃତ ହୋଇଥିଲେ । ଏହି କାର୍ୟ୍ୟକ୍ରମକୁ ଅଶୋକ ପଣ୍ଡା ପରିଚାଳନା କରିଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନର ସମସ୍ତ କାର୍ୟ୍ୟକର୍ତ୍ତା ତଥା ସିଆରପି , ଭୀମପହାଡ କୃଷକ ଉତ୍ପାଦକ କମ୍ପାନୀର ସଦସ୍ୟ ଏବଂ କାଳିଝରଣ ଗ୍ରାମର ନୀଳମଣି ବିଶ୍ଵାଳ ଓ ହଲଧର ସା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.