oom

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତର ଭାଲୁପାଲି ଏବଂ କଦଳୀପାଲି ଗାଁ ଓ କନ୍ଦାଜୁରୀ ଗାଁରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବନେତା ନିହାର ରଞ୍ଜନ ବେହେରାଙ୍କ ନେତୃତ୍ଵରେ ପରିବାର ସମ୍ପର୍କ ପଦଯାତ୍ରା ତଥା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ବାଦିବାହାଲ ସମିତି ସଭ୍ୟ ଅଜିତ ବେହେରା, ଦଣ୍ଡଧାରୀ ବେହେରା, ଟିବୁଲୁ କଦମ, ଶିବୁଲୁ କଦମ, ମନୋଜ ପୋଢ଼, ଶଶିରଞ୍ଜନ ବ୍ରହ୍ମା, କାଳା ଖମାରି, ସଂଜୀବ ବେହେରା, ମୋହନ ମେର୍ଲି, ଭାନୁପ୍ରତାପ ସିଂହଦେଓ ଏବଂ ଦଳର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ଘରକୁ ଘର ବୁଲି ଶଙ୍ଖ ଚିହ୍ନ ଛାପିବା ସହ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇଥିଲେ ।

jittmm
Leave A Reply

Your email address will not be published.