ଗୁଡିଘାଟର ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେଡି ନେତା ଶେଷଦେବ ସା(ପପ୍ପୁ)ଙ୍କ ମାତା ସୂର୍ଯ୍ୟକାନ୍ତି ସା(୬୫)ଙ୍କ ମଙ୍ଗଳବାର ସକାଳ ୮ଘଣ୍ଟା ସମୟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଶେଷଦେବ ସା, ସାନ ପୁଅ ବ୍ୟାସଦେବ ସା(ଲିପୁ), ଦୁଇ ବୋହୂ, ନାତିନାତୁଣୀ, ପରିବାର ଜ୍ଞାତିକୁଟୁମ୍ବ ତଥା ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ଜଣେ ଧର୍ମ ପରାୟଣ ଓ ବନ୍ଧୁବତ୍ସଲ୍ୟ ମହିଳା ରୂପେ ଅଞ୍ଚଳରେ ସୁପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବଡ ପୁଅ ଶେଷଦେବ ସା ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

4 + seven =