ଭିଜିଲାନ୍ସ ଚଢ଼ଉ: ନିଲମ୍ବିତ କିରାଣୀଙ୍କ ଘରୁ ଗୋଟିଏ କାର, ୬ଟି ବୁଲେଟ ସହ ୮ ଲକ୍ଷ ୭୧ ହଜାର ଠାବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ମାସ ପୂର୍ବରୁ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ପେନସନ୍ ଟଙ୍କାରେ ଚଞ୍ଚକତା କରାଯାଇ ୧ କୋଟି ୭୧ ଲଖ୍ୟ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଇଓ କାର୍ୟ୍ୟାଳୟର କନିଷ୍ଠ କିରାଣୀ ପ୍ରମୋଦ ରଥଙ୍କୁ ନିଲମ୍ବିତ କରାଯାଇଥିଲା । ଆଜି ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ପ୍ରମୋଦ ରଥଙ୍କ ହାତୀଶାଳପଡା ସରକାରୀ ବାସଭବନରେ ଚଢାଉ କରାଯାଇଛି । ଚଢାଉ ସମୟରେ ଘରୁ ୬ଟି ବୁଲେଟ ମୋଟରସାଇକଲ, ଫର୍ଡ ଫିଗୋ କାର୍ ସମେତ ନଗଦ ୮ ଲଖ୍ୟ ୭୧ ହଜାର ଟଙ୍କା ଘରୁ ଠାବ କରାଯାଇଥିବା ବେଳେ ଅଭିଯୁକ୍ତ କନିଷ୍ଟ କିରାଣୀ ଶ୍ରୀ ରଥଙ୍କୁ ଗିରଫ କରିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ କନିଷ୍ଠ କିରାଣୀଙ୍କୁ ବଲାଙ୍ଗିର ଭିଜିଲାନ୍ସ କାର୍ୟ୍ୟାଳୟରେ ଅଟକ ରଖି ଭିଜିଲାନ୍ସ ଅଧିକାରୀମାନେ ଅଧିକ ପଚରା ଉଚୁରା ଜାରି ରଖିଛନ୍ତି । ତେବେ, ଉକ୍ତ ଅର୍ଥ ଆତ୍ମସାତ ଘଟଣାରେ ତତ୍କାଳୀନ ବ୍ଲକ ଶିଖ୍ୟା ଅଧିକାରୀ ରିଚପାଲ ସାଗର, ଡିଲିଙ୍ଗ କ୍ଲର୍କ ଓ ମୁଖ୍ୟ କିରାଣୀ ମଧ୍ୟ ଏହି କେଳେଙ୍କାରୀରେ ସଂପ୍ରୁକ୍ତ ରହିଥିବା ନେଇ ଅଭିଯୁକ୍ତ କିରାଣୀ ପ୍ରମୋଦ ରଥ ନୁଆଁ ଗୁମର ଖୋଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.