ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା କର୍ଣ୍ଣେଲ ସି.କେ. ନାୟଡୁ ଟ୍ରଫିର ଦ୍ୱିତୀୟ ଦିବସରେ ପଞ୍ଜାବ ଦଳ ତାର ଅସମାପ୍ତ ପାଳି ୯୨/୩ରୁ ଆରମ୍ଭ କରି ସମୁଦାୟ ୩୮୨ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା । ଫଳରେ ପଞ୍ଜାବ ଦଳ ୨୭୭ ରନ୍ର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି । ପଞ୍ଜାବ ଦଳ ପକ୍ଷରୁ ପୁଖରାଜ ମାନ ସର୍ବାଧିକ ୧୬୯ ରନ୍, ସହବାଜ ସନ୍ଧୁ ୭୭ ରନ୍ ଓ କ୍ରିସ ଭଗତ ୩୬ ରନ୍ ସଂଗ୍ରହ କରିଥିଲେ । ଓଡିଶା ଦଳ ତରଫରୁ ସଫଳ ବୋଲର ଭାବରେ ବାଦଲ ବିଶ୍ୱାଲ ସର୍ବାଧିକ ୯ ଗୋଟି ୱିକେଟ ଅକ୍ତିୟାର କରିଥିଲେ । ୨୭୭ ରନ୍ରେ ପଛରେ ଥିବା ଓଡିଶା ତାର ୱିନିଂସ ଖେଳ ଆରମ୍ଭ କରି ଆଜି ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ୧୧ ରନ୍ ସଂଗ୍ରହ କରିଛି ।