csstore

ରାଜ ବୋରାସମ୍ବର ବ୍ଲକ ସ୍ତରୀୟ ବେଟି ବଚାଓ ବେଟି ପଢ଼ାଓ ଓ ବ୍ଲକ ସ୍ତରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବେଟି ବଚାଓ ବେଟି ପଢ଼ାଓ ଓ ବ୍ଲକ ସ୍ତରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମାର୍ଦ୍ଧରେ ଚାରିଗୋଟି ଜୋନର ବାଳିକାମାନଙ୍କ ମଧ୍ୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ କଂଗ୍ରେସରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୨୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଅପରାହ୍ନରେ ଏହି ଉପଲକ୍ଷେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଏବିଇଓ ଶିବ ପ୍ରସାଦ ଯୋଶୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ସମ୍ମାନିତ ଅତିଥି ରୂପେ ସିଡିପିଓ ଶ୍ରୀମତୀ ମିନାକ୍ଷୀ ରାଜ, ମୁଖ୍ୟ ବକ୍ତା ଭାବେ ଜୀବ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ତାପନୀ ପଣ୍ଡା, ସମ୍ମାନିତ ଅତିଥି ସଦାନନ୍ଦ ପୁରୋହିତ, ଜମରତଳା ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀ ଯୋଗଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହା ଓ ଅନିଲ ସାହୁ ବିଚାରକ ଦାୟିତ୍ୱ ତୁଳାଇ ଥିଲେ । ଫୁଟବଲ ମ୍ୟାଚ୍‌ରେ ସର୍ଗିବାହାଲ ସବ୍‌ଜୋନ୍‌ ବିଜେତା ଓ ଦହିତା ସବ୍‌ଜୋନ୍‌ ଉପବିଜେତା ହୋଇଥିଲେ । ବିଗତ ବର୍ଷର ଦଶମ ପରୀକ୍ଷାରେ ବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ମାନସ ରଞ୍ଜନ ଶତପଥୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଏବିଇଓ ରାମସିଂ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ସିଆର୍‌ସିସି ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.