lika

ଦେଢଗାଁ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଦେଢ଼ଗାଁ ପଞ୍ଚାୟତର ସରପଞ୍ଚ ଜୋସିଏଲ ସେନାପତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଲକ ଏପିଓ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ବଙ୍ଗୋମୁଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଡ଼, ଓଡିଶା ଜୀବିକା ମିଶନର ବିପିଏମ୍‌ ବିଜୟ ବେହେରା, ବିଏଲ୍‌ସି ଜଗନ୍ନାଥ ପୁଟେଲ, ଜିଆର୍‌ଏସ୍‌ ଜ୍ୟୋତି ସୁନା, ନାଏବ ସରପଞ୍ଚ ସୁମିତ୍ରା ଥପା, ସମିତି ସଭ୍ୟା ସୁମିତ୍ରା ଜାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ଗହିର, ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ, ହୁଲେଶ୍ୱର ହଂସ, ଦୀପକ କୁମାର ଦାସ ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋଚନା କରିଥିଲେ । ବଙ୍ଗୋମୁଣ୍ଡା କଳାକାର ସଂଘର ଉପସଭାପତି ରେଣୁରଞ୍ଜନ ବାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଗୀତ ମାଧ୍ୟମରେ ଲୋକଙ୍କୁ ଜଣାଇଥିଲେ । ଏଥିରେ ପଞ୍ଚାୟତ ଯୋଗାଣ ସହାୟକ ଅଶୋକ ସାହୁ, ଜିଓଟେଗ୍‌ ଦୀପକ କୁମାର ସୁନା ସମସ୍ତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.