oom

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ସରସ୍ଵତୀ ପୂଜା ସହ ମାତୃପିତୃ ପୂଜନ ଦିବସ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶିକ୍ଷାଦାତ୍ରି ମା’ ସରସ୍ଵତୀଙ୍କ ଶ୍ରୀପଞ୍ଚମୀ ପୂଜା ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ଜୁନିଅର ୱିଙ୍ଗଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପୂଜକଙ୍କ ଦ୍ୱାରା ମା’ ସରସ୍ଵତୀଙ୍କ ପୂଜାର୍ଚ୍ଚନା ହୋମଯଜ୍ଞ ହେବା ପରେ ନୂତନ ଭାବେ ପ୍ରଥମ କରି ଶିକ୍ଷା ଗ୍ରହଣ କରିବା ପାଇଁ ଆମ ପରମ୍ପରା ଅନୁସାରେ କୁନି କୁନି ଛାତ୍ରଛାତ୍ରୀ ନିଜ ମାଁ ବାପାଙ୍କ ସହ ଖଡ଼ିଛୁଇଁ ନିଜର ଶିକ୍ଷା ଆରମ୍ଭ କରିଥିଲେ । ଫେବୃଆରୀ ୧୪କୁ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରେମୀ ଯୁଗଳମାନେ ଭଲ ପାଇବା ଦିବସ ବା ଭେଲେନ୍‌ଟାଇନ୍‌ ରୂପେ ପାଳନ କରୁଛନ୍ତି ଯାହାକି ଆମ ଦେଶର ସଂସ୍କୃତି ନୁହେଁ । ଏଣୁ ଏହାର ବିପରୀତ ଆମ ଶିକ୍ଷା ଓ ସଂସ୍କୃତିକୁ ଯୋଡି ଏହି ଦିବସଟିକୁ ମାତୃପିତୃ ପୂଜନ ଦିବସ ରୂପେ ପ୍ରଭାବତୀ ପବ୍ଲିକ ସ୍କୁଲରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ କରାଯାଇଛି । ସେଥିପାଇଁ ବିଦ୍ୟାଳୟ ତରଫରୁ ଗୁରୁକୃପା ସେବା ଟ୍ରଷ୍ଟକୁ ଆମନ୍ତ୍ରିତ କରାଇଥିଲା । ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ନେଇ ମାତୃପିତୃ ପୂଜନ ଆୟୋଜନ କରାଯାଇଥିଲା । ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି ଏ ବିଷୟରେ ଅଭିଭାବକମାନଙ୍କ ସହ ଛାତ୍ରଛାତ୍ରୀଙ୍କୁ ଏହି ମାତୃପିତୃ ପୂଜନରେ ଅଂଶ ଗ୍ରହଣ କରି ନିଜ ଛୁଆଙ୍କୁ ସଂସ୍କାର କରି ଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍କୁଲ ଟ୍ରଷ୍ଟି ଶ୍ରୀମତୀ ଶ୍ୟାମା ଦେବୀ ଅଗ୍ରୱାଲ, ସ୍କୁଲ ଉପାଧ୍ୟକ୍ଷ ପିତାମ୍ବର ଶର୍ମା, ସ୍କୁଲ ଡାଇରେକ୍ଟର ଆଡମିନ ଧରିତ୍ରୀ ମହାନ୍ତିଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.