କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଗତ ଜାନୁଆରୀ ୨୫ ତାରିଖରେ ଭବାନୀପାଟଣା ରାଧାକୃଷ୍ଣ ନଗରର ଅନନ୍ତ ପାତ୍ରଙ୍କଠାରୁ ତିନିଜଣ ଡକାୟତ ସାଢେ ୫ ଲକ୍ଷ ଟଙ୍କା ଛଡାଇ ନେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ପାଇ ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ସେହି ଡକାୟତ ଦଳକୁ ଧରିବାରେ ସଫଳ ହେଇଛନ୍ତି ଭବାନୀପାଟଣା ଟାଉନ ଥାନା ପୋଲିସ । ଛତିଶଗଡ଼ ଭୀମଖୋଜରୁ ଦୁଇଜଣ ଡକାୟତଙ୍କୁ ଧରାଯାଇ ଥିବାବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ନାବାଳକ ବୋଲି ଜଣାପଡିଛି । ତାଙ୍କଠାରୁ ୫ଲକ୍ଷ ଟଙ୍କା ଏବଂ ଏକ ଆପାଚି ବାଇକ ଜବତ କରାଯାଇଥିବା ଟାଉନ ଥାନା ଆଇଆଇସି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Prev Post