csstore

୧୦ରୁ ଅଧିକ କେସ୍‌ରେ ସାମିଲ୍‌ ଥିବା ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୦ରୁ ଅଧିକ କେସ୍‌ରେ ସାମିଲ୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରି ଆଜି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ ଗତ ୧୦ ତାରିଖ ସଂଧ୍ୟାରେ ଜିଆର୍‌ କେସ୍‌ ୱାରେଂଟ୍‌ ରେଡ଼୍‌ ପାଇଁ ବଲାଙ୍ଗିର ସହରର ରାମେଶ୍ୱରନଗରରେ ଥିବା ପ୍ରଦୀପ ପଟ୍ଟନାୟକଙ୍କ ଘରେ ଟାଉନ୍‌ ପୋଲିସ ପହଂଚିବା ବେଳକୁ ଅଭିଯୁକ୍ତ ପ୍ରଦୀପ ପୋଲିସ ଉପରକୁ ଦେଶୀ ପିସ୍ତଲ ଫୋପାଡ଼ି ଘର ପଛପଟେ ଥିବା ଏକ ବାଟ ଦେଇ ଫେରାର୍‌ ହୋଇଯାଇଥିଲେ । ଏତିକିବେଳେ ଟାଉନ୍‌ ପୋଲିସ ପ୍ରଦୀପଙ୍କ ଘର ତଲାସି କରି ସେଠାରୁ ୧ ଲକ୍ଷ ୫୫ ହଜାର ୫ ଶହ ଟଙ୍କା, ତିନୋଟି ମୋଟର ସାଇକେଲ, ସୁନା ମୁଦି, ଚେନ୍‌ ସହ ମଦ ଜବତ୍‌ କରିଥିଲା । ଅଭିଯୁକ୍ତ ଜଣକ ମନି ଲଣ୍ଡରିଂରେ ମଧ୍ୟ ସାମିଲ୍‌ ଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି । ତେବେ ଏହାପରେ ମର୍ଡର, ରବରୀ ସହ ଅନ୍ୟ ୧୦ରୁ ଅଧିକ କେସ୍‌ର ଅଭିଯୁକ୍ତ ପ୍ରଦୀପଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ଟାଉନ୍‌ ପୋଲିସ । ଆଜି ଗିରଫ୍‌ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡ଼ିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.