csstore

ଶଙ୍ଖ ଜନସଂପର୍କ ପଦଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଆଜି ‘ଶଙ୍ଖ ଜନସଂପର୍କ ପଦଯାତ୍ରା’ର ୧୭ତମ ଦିନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀଙ୍କ ନେତୃତ୍ୱରେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ବଙ୍ଗୋମୁଣ୍ଡା ବ୍ଲକ ଝଲପ ଓ ଅର୍ଷାତୁଳା ପଞ୍ଚାୟତର ମମିଆ, ଝଲପ, ସାଲେବରଟ, ଭାନପୁର, କୁର୍ଡିଆମୁଣ୍ଡା, ଅର୍ଷାତୁଳା, ବାଲବେଙ୍ଗ, ଦେହେଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏକ୍ସ କାମାଣ୍ଡୋ ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ, ବଲାଙ୍ଗିର ଜିଲ୍ଲା ବିଜେଡି ଉପସଭାପତି ଉମାକାନ୍ତ ସାହୁ, ବରିଷ୍ଠ ବିଜେଡି ନେତା ମୁନିରାମ ବେହେରା, ଭିକାରି ବେହେରା, ମିଥୁନ ତାଣ୍ଡି, ଗଣ୍ଡାରାମ ବେହେରା, ପ୍ରଦୀପ ପୁଟେଲ, ସୁକ୍ରୁ ଭାଟି, ବୀରେନ୍ଦ୍ର ନାଗ ,ବରିଷ୍ଠ ବିଜେଡି ନେତା ଶ୍ରୀଧର ମାଝୀ, ବିଶ୍ଵନାଥ ସାହୁ, ଦୈତାରୀ ଭୋଇ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.