
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଯାଦବ ଭବନରେ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ବଲାଙ୍ଗିର ପୌରାଂଚଳ ଯାଦବ ମହାସଭା ଓ ବୀରମହାରାଜପୁର ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସା ଆନୁକୂଲ୍ୟରେ ଆଜି ପୂର୍ବାହ୍ନରୁ ୯ଟାରୁ ଏହି ଶିବିର ଆରମ୍ଭ ହୋଇଥିବା ବେଳେ ଆଜି ପୂର୍ବାହ୍ନ ୨ଟା ପର୍ଯ୍ୟନ୍ତ ଏହି ଶିବିର ଜାରି ରହିବ ବୋଲି ସୂଚନା ଦିଆଯାଇଛି ।