csstore

ମହାମାୟା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାମାୟା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ପ୍ରଥମରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ବିଜ୍ଞାନ ପ୍ରକଳ୍ପ ମାଧ୍ୟମରେ ବର୍ତ୍ତମାନର ପରିସ୍ଥିତିକୁ କିପରି ଭାବରେ ମୁକାବିଲା କରିପାରିବା ତାହା ପ୍ରଦର୍ଶନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଜ୍ୟୋତିର୍ମୟୀ ପଟ୍ଟନାୟକ ବିଜ୍ଞାନ ଶିକ୍ଷୟତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲ, ଶ୍ରୀମତୀ ସୋନାଲି ମହାଳିକ ବିଜ୍ଞାନ ଶିକ୍ଷୟତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇକମାଲ, ରାମକୃଷ୍ଣ ମଣ୍ଡଳ ବିଜ୍ଞାନ ଶିକ୍ଷକ ନୂଆପଡ଼ା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟାଙ୍କନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ରେଟନା ରାଜେନ୍ଦ୍ରନ, କୋଡିନେଟର ଅକ୍ଷୟ କୁମାର ଦାଶ ତଥା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରୁ ବିନୁ ବେଶ୍ରା, ସତିଶ ଦେୱାଙ୍ଗନ, ଗୁପତ ଦୀପ, ରାଜୁ ସତନାମୀ, ପ୍ରଶାନ୍ତ ହରିପାଲ, ତ୍ରିଲୋଚନ ସାହୁ, କର୍ଣ୍ଣିକା ପଧାନ, ମେନକା ସ୍ୱାଇଁ, କିଶୋରୀ ସାହୁ, ମଲ୍ଲିକା କୁମ୍ଭାର, ରିତୁନନ୍ଦା ମହାନନ୍ଦ, ଇପ୍ସିତା ବୋହିଦାର, ପୂଜା ପଣ୍ଡା, ଶୁଭଦର୍ଶୀନୀ ହୋତା, ନିଲେନ୍ଦ୍ରି ଦାଶ, ଜ୍ୟୋତିପ୍ରଭା ସାହୁ, ଲିଲିମା ମହାପାତ୍ର, ମଞ୍ଜୁ ବାରିକ, ଏବଂ ଲକ୍ଷ୍ମୀ ଦୀପ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.