ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଶାସ୍ତ୍ରୀନଗର ପରିସର ମଧ୍ୟରେ ଚଳିତ ବର୍ଷର ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅଭିଯାନରେ ନେସ୍ନାଲ୍ ପିସ୍ ୟୁନିସନ୍ ଦ୍ୱାରା ପରିଚାଳିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ଦ୍ଦେଶକ ସତ୍ୟରଞ୍ଜନ ମିଶ୍ର ଫାଇଲେରିଆ ରୋଗର ଭୟାଭୟତା ଓ ଏହାର ନିରାକରଣ ସମ୍ବନ୍ଧୀୟ ସବିଶେଷ ଧାରଣା ଯଥା, ଫାଇଲେରିଆ ଓ ବାତଜ୍ୱର କ’ଣ ଓ ଏହା କେଉଁ ମଶା କାମୁଡିବା ଦ୍ୱାରା ଏହାର ପରଜୀବି ଆମ ଦେହରେ ପ୍ରବେଶ କରିଥାଏ ଏବଂ ଏହା କିଭଳି ଏକ ବର୍ଷ ପରେ ଆମ ଲସିକା ଗ୍ରନ୍ଥିକୁ ନଷ୍ଟ କରିଦିଏ କ୍ରମଶଃ ଏହା କିପରି ଶରୀରର ପ୍ରତିରୋଧକ ଶକ୍ତିକୁ କମାଇ ଦେଇଥାଏ ଏହା ବର୍ଣ୍ଣନା କରି କହିଲେ ଯେ, ଏହି କୀଟାଣୁର ପ୍ରଭାବରେ ୧୦ରୁ ୧୫ ବର୍ଷ ମଧ୍ୟରେ ଶରୀରରେ ଗୋଦରର ଲକ୍ଷଣ ଦେଖାଦେଇ ଚର୍ମରେ କ୍ଷତ ଓ ଜ୍ୱର ହେବା ଆରମ୍ଭ ହୋଇଯାଏ । ଏହା ଉଚେରିଆ ବ୍ରାଙ୍କଫଟି ଓ ବୃଜିଆ ମାଲାଈ କୀଟାଣୁ ଦ୍ୱାରା ମଣିଷ ଶରୀରକୁ କିପରି ପ୍ରବେଶ କରେ, ରୋଗ ପୁରୁଣା ହେଲେ ହାତ ପାଦ ଗୋଦର ହୁଏ, ପରୁଷମାନଙ୍କ ଅଣ୍ଡକୋଷ ଫୁଲି ଯାଏ, ମହିଳାଙ୍କ ସ୍ତନ ଫୁଲି ଦରଜ ହେବା, ଧଳା ପରିସ୍ରା ହେବା, ଗୋଦର ଉପରେ ଆବୁ ବାହାରିବା, ଛତୁ ଫୁଟିବା ପରି ଦେଖାଦେବା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏଣୁ ଏହି ବାତଜ୍ଵର ନିରାକରଣ ପାଇଁ ଭାରତ ସରକାର ଏହାକୁ ଜାତୀୟ କୃମି ଅଭିଯାନ ମାଧ୍ୟମରେ ସମାଜର ସମସ୍ତଙ୍କ ଦେହରୁ ବାତଜ୍ଵର କୀଟାଣୁ ନଷ୍ଟ କରିବା ପାଇଁ ଏହି ସାର୍ବଜନୀନ ବାତଜ୍ଵର ଔଷଧ ସେବନ ବିଧି ପ୍ରାରମ୍ଭ କରାଇଛନ୍ତି ଯାହା ଆଜି ୧୦ତାରିଖ ଠୁଁ ୧୯ ତାରିଖ ପର୍ଯ୍ୟନ୍ତ ଅଭିଯାନରେ କାର୍ଯ୍ୟରତ ଆଶା ମାଁ, ସ୍ୱାସ୍ଥ୍ୟ କର୍ମୀ, ସ୍ୱେଚ୍ଛାସେବୀ, ଅଙ୍ଗନାୱାଡି କର୍ମୀମାନ ଘରକୁ ଘର ବୁଲି ଉଚ୍ଚତା ଓ ମାପବିଧି ଅନୁସାରେ ଫାଇଲେରିଆ ଔଷଧ ସେବନ କରାଇବେ । ତେଣୁ ଏହି ଅଭିଯାନରେ ଆମେ ସଭିଁଙ୍କୁ ଔଷଧ ସେବନ ପାଇଁ ପରାମର୍ଶ ଦେବା । ଉପରୋକ୍ତ ଫାଇଲେରିଆ ଶୁଭ ଉଦ୍ଘାଟନ ସମାରୋହରେ ସ୍ୱାସ୍ଥ୍ୟ ଆରୋଗ୍ୟ ସହରାଞ୍ଚଳ କେନ୍ଦ୍ରର ମେଡିକାଲ ଅଫିସର ଡ଼ା. ରାକେଶ ମୁଣ୍ଡ, ସ୍ୱାସ୍ଥ୍ୟ କେନ୍ଦ୍ର ଚେୟାରମ୍ୟାନ ରବିରଞ୍ଜନ ପୂଜାରୀ ଅଭିଯାନ ସମ୍ପର୍କିତ ସଭିଙ୍କୁ ସବିଶେଷ ପରାମର୍ଶ ଦେଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଯୋଗାଣକାରୀ ଶ୍ରୀମତୀ ମାମି ସିଂଦେଓ, ରୋଜାଲିନା ହୋତା, ରୋନି ବଗର୍ତି,ସୂର୍ଯ୍ୟଶ୍ମି ହୋତା, ନିକୁଞ୍ଜବିହାରୀ, ମଣିଭଦ୍ର ପ୍ରଧାନ, ବିପିନ ବିହାରୀ, ଆଶିଷଚନ୍ଦ୍ର ବିଶି, ଜଗଦୀଶ ନାୟକ, ସୌରଭ ପଧାନ, ଖୁସିରାମ ସୁନା, ସସ୍ମିତା ସିଂ, ଆଶା ପାଣ୍ଡିଆ, ଲିଜା ପ୍ରଧାନ, ଲିଲିମା, ଅଞ୍ଜଳି ନାଗ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଯୋଗାଣକାରୀ ସଭ୍ୟ, ସଭ୍ୟା ଉକ୍ତ ଅଭିଯାନରେ ସାମିଲ ହୋଇ ଅଭିଯାନରେ ଉପସ୍ଥିତ ଜନସାଧାରଣଙ୍କୁ ଫାଇଲେରିଆ ଔଷଧ ଖୁଆଇ ସଭିଙ୍କୁ ଏହି ଔଷଧ ଖାଇବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।