oom

କୁଚିଆ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସଦର ଗ୍ରାମ ବସ୍ତି ମଧ୍ୟରେ ଦୀର୍ଘଦିନ ଧରି ୫ରୁ ୬ଟି ସ୍ଥାନରେ ବେଆଇନ ଭାବେ ଦେଶୀ କୁଚିଆ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟ ରାସ୍ତା କଡ଼ରେ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ମହିଳା ତଥା ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁ ନ ଥିଲେ । ଏପରିକି ଅନେକ ସମୟରେ ମଦୁଆମାନେ ମଦ ପିଇ ରାସ୍ତାରେ ଗଡୁଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା । ମଦୁଆଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହୋଇ ଲୋଇସିଂହା ବସ୍ତିର ଶତାଧିକ ମହିଳା ଆଜି ଏକଜୁଟ ହୋଇ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟରେ ଏକ ସଭା ଡାକିଥିଲେ । ଉକ୍ତ ସଭାରେ ସ୍ଥାନୀୟ ଜମିଦାର ବଂଶର ଦାୟାଦ ପ୍ରଣୟ କିଶୋର ସିଂରାଏଙ୍କ ସମେତ ଅବକାରୀ ଅଧିକାରୀ ଜଗନ୍ନାଥ ମିଶ୍ର, ଦେଶୀ ମଦଭାଟି ପରିଚାଳକ, ବିଜେପି ନେତା ଭୂତନାଥ ନାଏକ, ବଜରଙ୍ଗ ଦଳ ସଭାପତି ରବୀନ୍ଦ୍ର ପଟେଲ, ସମିତି ସଭ୍ୟ ସୁଶିଲ ପାଣ୍ଡେ, ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ପାଞ୍ଚଜଣ ୱାର୍ଡ ସଭ୍ୟ ତଥା ଶତାଧିକ ମହିଳା ଉପସ୍ଥିତ ଥିଲେ । ବସ୍ତି ମଧ୍ୟରେ ବେଆଇନ ଭାବେ କୁଚିଆ ମଦ ବିକ୍ରିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା । ଅବକାରୀ ବିଭାଗକୁ ସୂଚନା ମିଳିବା କ୍ଷଣି ଚଢ଼ାଉ କରାଯାଇ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା କୁଚିଆ ବେପାରୀଙ୍କୁ ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.