ବଲାଙ୍ଗିରରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଡ଼. ବିଜୟାନନ୍ଦ ସେଠୀ ଯୋଗ ଦେଇଛନ୍ତି । ସେ ପୂର୍ବତନ ଏଡିଏମ୍‌ ଲମ୍ବୋଦର ଧରୁଆଙ୍କ ପାଖରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ସେଠୀ ପୂର୍ବରୁ ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଆସୁଥିଲେ । ଶ୍ରୀ ଧରୁଆ ନୂଆପଡ଼ା ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରୂପେ କାର୍ଯ୍ୟ କରିବେ । ସେ ନିଜର କର୍ମ ଦ୍ଵାରା ଲୋକଙ୍କ ମଧ୍ୟରେ ଖୁବ ପ୍ରଶଂସିତ ହୋଇଛନ୍ତି । ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

17 + 7 =