jayashree

ବିବାହ ଲଗ୍ନ ଦେବାକୁ ଯାଇ ବାପା ନିଖୋଜ, ପୁଇଁତଲା ଥାନାର ଦ୍ୱାରସ୍ଥ ହେଲେ ପୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ଲଗ୍ନ ଦେବାକୁ ଯାଇ ବାପା ନିଖୋଜ ନେଇ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ପୁଅ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଲୁକାପଡ଼ାର ରୁଗୁଡ଼ିପାଲି ନିବାସୀ ଶରଣ ପଧାନ ଗତ ୨୯ ତାରିଖ ଦିନ ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଲଛିପୁର ଥାନା ଅନ୍ତର୍ଗତ ଡବଲଙ୍ଗ ଗାଁକୁ ବିବାହ ଲଗ୍ନ ଦେବାକୁ ଯାଉଛି କହି ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି । ଏ ସଂପର୍କରେ ନିଖୋଜ ଶରଣ ପଧାନଙ୍କ ପୁଅ ସନ୍ତୋଷ ପଧାନ ପୁଇଁତଲା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ବାପାଙ୍କୁ ଖୋଜି ଆଣି ଦେବାକୁ ଥାନାରେ ଗୁହାରି କରିଛନ୍ତି ନିରୁପାୟ ପୁଅ ସନ୍ତୋଷ ।

Leave A Reply

Your email address will not be published.