lika

ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ୍ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ୍ ଉପରେ ସଚେତନତା କାର୍ଯ୍ୟକ୍ରମ ରଶ୍ମି ସାହୁଙ୍କ ସଭାପତିତ୍ୱରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ମଞ୍ଚ ପରିଚାଳନା କରିଥିବାବେଳେ ଟାଉନ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ, ଅତିରିକ୍ତ ଥାନା ଅଧିକାରୀ ଅନିତା ରାନୀ ପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ସାମାଜିକ କର୍ମୀ ଅରୁଣ ଖୁଆସ, ପୂର୍ବତନ ଅଧକ୍ଷ ଶିଶୁ ମଙ୍ଗଳ ସମିତିର ଯୋଗେଶ୍ୱର ମହାନ୍ତି କିଶୋର ନ୍ୟାୟ ଆଇନ୍, ପୋକ୍‌ସୋ ଆଇନ୍, ବାଲ୍ୟ ବିବାହ, ଶିଶୁଙ୍କ ଅଧିକାର, ସମାଜର ଲିଙ୍ଗଗତ ବୈଷମ୍ୟ ଉପରେ ଆଇନ୍ ଗତ ଦିଗ, ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ ସମିତି, ଚାଇଡ୍‌ ଲାଇନ୍‌, ଶିଶୁ ଯତ୍ନ ଅନୁଷ୍ଠାନର ଥଇଥାନ ତଥା ଆଇନ୍‌ର ବିରୁଦ୍ଧାଚରଣ କରୁଥିବା ୧୮ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ପୋଲିସ ୟୁନିଟ, କିଶୋର ନ୍ୟାୟ ପରିଷଦ ଉପରେ ମତବ୍ୟକ୍ତ କରିଥିଲେ । ଏହି ସଚେତନତା କର୍ଯ୍ୟକ୍ରମରେ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବୈଶମ୍ପାୟନ ଦାସ, ଆଦ୍ୟାସା ମିଶ୍ର, ବିଜୟ ଲକ୍ଷ୍ମୀ ବସ୍ତିଆ, ଆକାଶ ମିଶ୍ର, ପ୍ରଦ୍ୟୁମ୍ନ ଜ୍ୟୋତି, ରୁଚିଶ୍ମିତ ଗହୀର, ଚିତ୍ତରଞ୍ଜନ ପଣ୍ଡା, ପ୍ରମୋଦ ଦାସ, ରିତା ପାଣ୍ଡେ ଓ ଡକ୍ଟର ପ୍ରକାଶ ଦେବତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅନୁରୂପ ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମହିମୁଣ୍ଡାଠାରେ ଅଶୋକ ଖଟୁଆଙ୍କ ସଭାପତିତ୍ୱରେ ଛାତ୍ରଛାତ୍ରୀମାନକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଶେଷରେ ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

babaa
Leave A Reply

Your email address will not be published.